Friday, October 2, 2026
25.2 C
Odisha

    ହିନ୍ଦୀ ସିନେମା ଜଗତକୁ ନେଇ ଫରିଦା ଖପ୍ପା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୯୦ଦଶକର ଚର୍ଚ୍ଚିତ ନାୟିକାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଫରିଦା ଜଲାଲ। ସେ ୭୫ବର୍ଷ ବୟସରେ ପଦାର୍ପଣ କରିସାରିଥିବା ସତ୍ତ୍ବେ ସିନେମା ଜଗତରେ ଖୁବ ସକ୍ରିୟ ଅଛନ୍ତି। ସେ ସିନେମାର ଦୁନିଆର ବଡ଼ବଡ଼ କଳାକାରଙ୍କ ସହିତ ଅନେକ କାମ ବି କରିସାରିଛନ୍ତି। ଏହା ସତ୍ତ୍ବେ ବି ଫରିଦା ସିନେ ଦୁନିଆକୁ ନେଇ ସନ୍ତୁଷ୍ଟ ନାହାନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ନିଜର ଅସ‌ନ୍ତୋଷର କାରଣ ବ୍ୟକ୍ତ କରିଛନ୍ତି।ଫରିଦା କହିଛନ୍ତି,‘ଅଭିନୟ ଜୀବନକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ମୋତେ ମିଳିଥିବା ଭୂମିକାକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ। ହଁ ମାନୁଛି ମୁଁ ମୋ ଅଭିନୟ କ୍ୟାରିୟର ଭିତରେ ଅନେକ ଭଲଭଲ ସିନେମାରେ ନାମୀଦାମୀ କଳାକାରଙ୍କ ସହିତ କାମ କରିବାର ସୁଯୋଗ ପାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଯେଉଁ ଭୂମିକାକୁ ଅପେକ୍ଷା କରି ରହିଛି ତାହା ମିଳି ପାରିନାହିଁ।

    ମୁଁ ଏକ ଚ୍ୟାଲେଞ୍ଜିଂ ରୋଲ ଅପେକ୍ଷାରେ ଅଭିନୟ ଜୀବନ ଆରମ୍ଭ କରିବା ପୂର୍ବରୁ ଥିଲି ଏବେ ବି ରହିଛି। ‌ଯେତେଥର ବି ମୋତେ କାମ ମିଲିଛି, ମା’, ଶାଶୁ ଓ ଜେଜେମା’ ଆଦି ଭୂମିକାର ଅଫର ମିଳିଛି। ଆଉ ତାହାକୁ ବି ମୁଁ ନିଖୁଣ ଭାବେ କରିବାକୁ ଚେଷ୍ଟା କରିଛି। ଲୋକେ ବି ମୋ ଅଭିନୟକୁ ବେଶ ପସନ୍ଦ କରି ଆସିଛନ୍ତି।

    ସିନେମା ଦୁନିଆରେ କାମ କରିବାରେ ମୋର ୫୦ବର୍ଷ ହେଲାଣି। ଏହାରି ଭିତରେ ମୁଁ  ୨୦୦ରୁ ଅଧିକ ସିନେମାରେ କାମ କରି ସାରିଲିଣି।  କିନ୍ତୁ ମୁଁ କହିବି ମୋ ଭିତରେ ଯେଉଁ ପ୍ରତିଭା ଅଛି ତାହାକୁ ମୁଁ ୨୦୦ସିନେମାରେ ମିଳିଥିବା କୌଣସି ବି ଭୂମିକାରେ ଦେଖାଇ ପାରି ନାହିଁ। ଆଉ ଆଗକୁ ପାରିବି କି ନାହିଁ ଜାଣି ନାହିଁ। କାରଣ ମୋତେ ଏବେ ୭୫ବର୍ଷ ହେଲାଣି। ଆଉ କେତେଦିନ ବଞ୍ଚିବି ବି ସିନେମା ଦୁନିଆରେ କାମ କରିବି ତାହା ସେଇ ଇଶ୍ବରଙ୍କୁ ହିଁ ଜଣା।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ