Wednesday, September 30, 2026
28.2 C
Odisha

    ଆତ୍ମସମ୍ମାନର ଭିକ ମାଗୁଛି ଅନ୍ନଦାତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନ୍ୟୁନତମ ସମର୍ଥନ ମୂଲ୍ୟ(MSP) ଦାବି ନେଇ କୃଷକ ମୋର୍ଚ୍ଚା ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଏ ମାମଲାରେ କୃଷକ ସଂଗଠନ ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅଦାଲତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି କୃଷକ ମୋର୍ଚ୍ଚା । ଶାନ୍ତିପୂର୍ଣ୍ଣ ଆବେଦନ କରିବା ପାଇଁ ରୋକାଯାଉଥିବା ନେଇ କୃଷକ ସଂଗଠନ କୋର୍ଟରେ ଅଭିଯୋଗ କରିଛନ୍ତି । ଫସଲ ପାଇଁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ତଥା ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ୟ୍ୟକାରୀ କରିବା ପାଇଁ କୃଷକ ସଂଗଠନ ଅନେକ ବିରୋଧ କରିବା ପରେ କେନ୍ଦ୍ର ଏବଂ କେତେକ ରାଜ୍ୟ “ଧମକ” ଦେଇଛନ୍ତି ଆବେଦନରେ ଦର୍ଶାଯାଇଛି । ଶିଖ୍ ଚାମ୍ବର ଅଫ୍ କମର୍ସର ପ୍ରବନ୍ଧ ନିର୍ଦ୍ଦେଶକ ଆଗ୍ନେଷ୍ଟୋସ ଇୟୋସ ଆବେଦନରେ କହିଛନ୍ତି ଯେ, ଆବେଦନକାରୀ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ପ୍ରତି ହେଉଥିବା ଅନୁଚିତ୍ ବ୍ୟବହାରକୁ ବନ୍ଦ କରିବା ଉଚିତ୍ । କିଛି ପ୍ରଦର୍ଶନକାରୀଙ୍କୁ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଜବରଦସ୍ତି ଗିରଫ କରି ହେପାଜତରେ ରଖାଯାଇଛି । ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିବା ସହ ଯାତାୟତ ମାର୍ଗ ପରିବର୍ତ୍ତନ ଏବଂ ଅବରୋଧ କରିବା ଭଳି ବିଭିନନ ନିଷେଦ୍ଧାତ୍ମକ ଅନୁଚିତ ଉପାୟ ଲାଗୁ କରିଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ପ୍ରତି ଆତଙ୍କବାଦୀ ଭଳି ବ୍ୟବହାର କରୁଥିବା ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି କୃଷକ ମୋର୍ଚ୍ଚା ।
    “ସମଗ୍ର ଭାରତରେ ଚାଷୀଙ୍କ ପ୍ରକୃତ ଦାବିକୁ ବିଚାର କରିବା” ପାଇଁ କେନ୍ଦ୍ର, ଚାରୋଟି ରାଜ୍ୟ ଏବଂ ଜାତୀୟ ମାନବ ଅଧିକାର ଆୟୋଗକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କୃଷକ ସଂଗଠନ କରିଛି। ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ପ୍ରତି ନ୍ୟାୟ ଏବଂ ସମ୍ମାନର ସହ ବ୍ୟବହାର କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି କୋର୍ଟରେ ଦାବି ହୋଇଥିଲା। ଏହାବ୍ୟତୀତ ପୀଡିତ କୃଷକ ଏବଂ ସେମାନଙ୍କ ପରିବାର ପାଇଁ ପର୍ୟ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଆବେଦନରେ ଉଲ୍ଲେଖ କରିଛି କୃଷକ ମୋର୍ଚ୍ଚା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ