Sunday, May 5, 2024
43.4 C
Odisha

    ସ୍ୱୟମ୍’ ଯୋଜନା ପାଇଁ ଆବେଦନ ଆରମ୍ଭ : ଜାଣନ୍ତୁ କେମିତି କରିବେ ଆବେଦନ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ସ୍ୱୟମ୍’ । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି ।

    ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ ।

    ସ୍ୱୟମ୍ ଯୋଜନା
    କେମିତି କରିବେ ଆବେଦନ?
    ସ୍ୱୟମ୍ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନରେ ଆବେଦନ କରିବେ
    ୧୮ରୁ ୩୫ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ଯୋଗ୍ୟ
    ଏସସି, ଏସଟି ଓ ଭିନ୍ନକ୍ଷମଙ୍କ ପାଇଁ ବୟସ ସୀମା ୪୦ବର୍ଷ
    ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ପାଇଁ ୧ଲକ୍ଷ ଟଙ୍କା ଋଣ
    ଆବେଦନ ପାଇଁ ପାସପୋର୍ଟ ସାଇଜ ଫଟୋ
    ବୟସ ପ୍ରମାଣ ପତ୍ର, ଭୋଟର କାର୍ଡ,
    ପ୍ୟାନ୍ କ୍ୟାର୍ଡ ଓ ଦଶମ ସାର୍ଟିଫିକେଟ ଆବଶ୍ୟକ
    ଜାତି ଓ ଭିନ୍ନକ୍ଷମ ପ୍ରମାଣ ପତ୍ର ଆବଶ୍ୟକ
    ବାସସ୍ଥାନ ପ୍ରମାଣପତ୍ର ବି ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    43.4 ° C
    43.4 °
    43.4 °
    5 %
    4.1kmh
    58 %
    Sun
    44 °
    Mon
    44 °
    Tue
    41 °
    Wed
    41 °
    Thu
    41 °

    ସମ୍ବନ୍ଧିତ