Saturday, July 27, 2024
24.5 C
Odisha

    ରାଏବରେଲୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା! ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିିରରୁ ଆସୁଛି ବଡ଼ ଖବର । ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ଅନ୍ୟପଟେ ନିଜର ପାରମ୍ପରିକ ଆସନ ରାଏବରେଲୀକୁ ଝିଅ ପ୍ରିୟଙ୍କାଙ୍କ ପାଇଁ ସୋନିଆ ଛାଡୁଥିବା ଚର୍ଚ୍ଚା ହେଉଛି । ଯଦି ରାଏବରେଲୀ ଆସନରୁ ପ୍ରିୟଙ୍କା ଲଢ଼ିବେ ତେବେ ଏହା ତାଙ୍କ ପ୍ରଥମ ପ୍ରତ୍ୟେକ୍ଷ ନିର୍ବାଚନ ହେବ । ତେବେ ଦୁଇ ଦିନ ମଧ୍ୟରେ ରାଜ୍ୟସଭା ପ୍ରାର୍ଥୀଭାବେ ସୋନିଆଙ୍କ ନାଁ ଘୋଷଣା କରିପାରେ କଂଗ୍ରେସ । ଅସୁସ୍ଥ ରହୁଥିବା ଯୋଗୁଁ ସୋନିଆ ଗାନ୍ଧୀ ଏଥରକ ନିର୍ବାଚନ ନଲଢ଼ି ରାଜ୍ୟସଭାକୁ ଯାଉଥିବା ଚର୍ଚ୍ଚା ଜୋରଧରିଛି । ଦୁଇ ଦିନ ମଧ୍ୟରେ କଂଗ୍ରେସ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ । ସୋନିଆଙ୍କ ବ୍ୟତୀତ ଦୌଡ଼ରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ, ନାସେର ହୁସେନ, ଅଖିଳେଶ ପ୍ରସାଦ ସିଂ, ଅଭିଷେକ ମନୁ ସିଂଘବୀ ଅଛନ୍ତି । ତେବେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସୋନିଆଙ୍କୁ ରାଜ୍ୟସଭା ପଠାଇବା ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ଫେବ୍ରୁଆରି ୨୭ରେ ରାଜ୍ୟସଭାର ୫୬ ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ କଂଗ୍ରେସ ଶିବିରରୁ ବଡ଼ ଖବର ଆସୁଛି । ତେବେ ଉତ୍ତରପ୍ରଦେଶ ରାଏବରେଲୀ ହେଉଛି କଂଗ୍ରେସ ପାଇଁ ବେଶ ଗୁୁରୁତ୍ୱପୂର୍ଣ୍ଣ । ଯଦି ସୋନିଆ ରାଜ୍ୟସଭା ଯିବେ ତେବେ କଂଗ୍ରେସ ମହାସଚିବ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ରାଏବରେଲୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ।

    ୨୦୧୯ରେ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିବା ପରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଉତ୍ତରପ୍ରଦେଶରେ ଦଳର ମଜଭୁତ କରିବା ଲାଗି ଦଳ ତାଙ୍କୁ ମହାସଚିବ ନିଯୁକ୍ତ କରିଥିଲା। ତେବେ କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିରରୁ ବଡ଼ ଖବର ଆସିବା ପରେ ସବୁଠି ଏବେ ଚର୍ଚ୍ଚା । ଏହି ପରିବର୍ତ୍ତନ ଆଗାମୀ ନିର୍ବାଚନ ପାଇଁ ଇନ୍ଧନ ଯୋଗାଇବ ବୋଲି ଆଶା ରଖିଛି ଦଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ