Monday, October 5, 2026
21.7 C
Odisha

    କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅ ହତ୍ୟାକାରୀଙ୍କ ବାପା କହିଲେ, ଯେମିତି ଇଚ୍ଛା ମୋ ପୁଅକୁ ଦଣ୍ଡ ଦିଅ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅର ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ର ମନ୍ତ୍ରୀ ତଥା ଧରୱାଡ ଲୋକସଭାର ବିଜେପି ପ୍ରାର୍ଥୀ ପ୍ରହଳ୍ଲାଦ ଯୋଶୀ ‘ଲଭ୍‌ ଜିହାଦ୍‌’ର ନାମ ଦେଇଛନ୍ତି। ସୂଚନାଯୋଗ୍ୟ, ମୃତ ନେହା (୨୩) ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନର ପ୍ରଥମ ବର୍ଷର ଛାତ୍ରୀ ଥିଲେ ଏବଂ ଫାୟାଜ ତାଙ୍କ ସହପାଠୀ ଥିଲା। ନିକଟରେ ଫାୟାଜ ନେହାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲା। କିନ୍ତୁ ନେହା ଏହାକୁ ଏଡ଼ାଇ ଦେଇଥିଲେ। ଏହାର ରାଗ ରଖି ଫାୟାଜ ନେହାଙ୍କୁ କଲେଜ ପରିସରରେ ଦିନଦ୍ବିପହର ସମୟରେ ଏକାଧିକ ଥର ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ନେହାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଏହି ହତ୍ୟା ଘଟଣାର ତଦନ୍ତ କରି ସିସିଟିଭି ଆଧାରରେ ପୁଲିସ ଫାୟାଜକୁ ଗିରଫ କରିଛି। ଫାୟାଜ ବି ପୁଲିସ ନିକଟ‌ରେ ନିଜର ଦୋଷ ସୀକାର କରିଛି।

    ଗିରଫ ଫାୟାଜର ବାପା ସାହେବ ସୁବାନି ଓ ମା’ ମୁମତାଜ ସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି। ବାପା ପୁଅର ଏଭଳି କାଣ୍ଡକୁ ନେଇ କହିଛନ୍ତି, ‘ମୋ ପୁଅକୁ ଏଭଳି ଦଣ୍ଡ ଦିଆଯାଉ ‌ସେମିତି କୌଣସି ବ୍ୟକ୍ତି କୌଣସି ମହିଳାଙ୍କ ସହିତ ଏଭଳି କାମ କରିବାକୁ ଭୟ କରିବେ। ପୁଅ ନେହାଙ୍କୁ ହଇରାଣ କରୁଥିବା ମୁଁ ଆଠମାସ ପୂର୍ବରୁ ଖବର ପାଇଥିଲି। କାରଣ ନେହାଙ୍କ ପରିବାରଲୋକ ମୋତେ ଫୋନ କରି ଫାୟାଜ କ’ଣ କରୁଛି କ’ଣ ନାହିଁ ସବୁ କଥା ଜଣାଇଥିଲେ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ