Friday, October 16, 2026
28.4 C
Odisha

    ଆମ ସରକାର ଆସିଲେ ଅଗ୍ନିବୀର ଯୋଜନା ବନ୍ଦ କରିଦେବୁ : ରାହୁଲ ଗାନ୍ଧି

    ଆଗକୁ ପଢନ୍ତୁ

    ଭାଗଲପୁର: କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ବିହାରର ଭାଗଲପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନା ବନ୍ଦ କରିଦିଆଯିବ ।ସେ କହିଛନ୍ତି, “ନରେନ୍ଦ୍ର ମୋଦୀ ସରକାର ଅଗ୍ନିବୀର ଯୋଜନାକୁ ଭାରତ ବିରୋଧରେ ଲାଗୁ କରିଛନ୍ତି । ଏହି ଯୋଜନା ଭାରତର କୌଣସି ଯୁବକଙ୍କୁ ଆକର୍ଷିତ କରେ ନାହିଁ । ଆମ ଭାରତ ମେଣ୍ଟ ସରକାର ଆସିବା ମାତ୍ରେ ଆମେ ଏହି ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରି ଏହାକୁ ଶେଷ କରିବୁ। ଏହାର କୌଣସି ଆବଶ୍ୟକତା ନାହିଁ। ”
    ଠଭାରତକୁ ଏହାର ଆବଶ୍ୟକତା ନାହିଁ। ଦେଶରେ ଦୁଇ ପ୍ରକାର ସହିଦଙ୍କ ଆବଶ୍ୟକତା ନାହିଁ। ଆମକୁ ଏକ ପ୍ରକାର ସହିଦ ଦରକାର । ସମସ୍ତଙ୍କୁ ସହିଦର ମାନ୍ୟତା ମିଳିବା ଦରକାର। ସମସ୍ତଙ୍କୁ ପେନସନ୍ ମିଳିବା ଦରକାର। ସମସ୍ତଙ୍କୁ ଦରମା ମିଳିବା ଦରକାର। ଏଥିପାଇଁ ଦୁଇ ପ୍ରକାର ସୈନିକଙ୍କ ଆବଶ୍ୟକତା ନାହିଁ। ତେଣୁ ଅଗ୍ନିବୀରମାନେ ଏହି ଯୋଜନାକୁ ଉଠାଇ ଫିଙ୍ଗି ଦେବେ। ପୂର୍ବ ଭଳି ଆମେ କରିବୁ।”

    ରାହୁଲ ଦାବି କରିଛନ୍ତି ଯେ ବିଜେପି ୧୫୦ରୁ ଅଧିକ ଆସନ ପାଇବ ନାହିଁ। “ତୁମେ ଯାହା ଚାହୁଁଛ ତାହା କୁହ, ୧୫୦ରୁ ଅଧିକ ଆସିବ ନାହିଁ। “

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ