Saturday, February 28, 2026
33.9 C
Odisha

    ବଡ଼ଦେଉଳରେ ପୁଣି ଅଘଟଣ: ଶ୍ରୀମନ୍ଦିର ପରିସରରେ ଥିବା ବେଢ଼ାକାଳୀ ମନ୍ଦିରରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ପୁରୀ: ଆଜି ରାତିରେ ଶ୍ରୀମନ୍ଦିର ବେଢାରେ ଥିବା ବେଢାକାଳୀ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି। ଆଜି ରାତି ପ୍ରାୟ ଦଶଟା ସମୟରେ ବେଢାକାଳୀ ମନ୍ଦିରରେ ହଠାତ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ନିଆଁକୁ ଆୟତରେ ଆଣିଥିଲେ। ଏହି ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଜି ଶ୍ରୀମନ୍ଦିରରୁ ଏକ ପଥର ଖସିଥିଲା। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଥିଲା। ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟି ନଥିଲା। କେହି ବି ସେବାୟତ କିମ୍ବା ଭକ୍ତ ଆହତ ହେଇ ନଥିଲେ। ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଥିବା ବେଳେ, ଏହା କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    15 %
    3.6kmh
    8 %
    Sat
    33 °
    Sun
    37 °
    Mon
    37 °
    Tue
    37 °
    Wed
    38 °

    ସମ୍ବନ୍ଧିତ