Sunday, October 4, 2026
29.6 C
Odisha

    ବାଲୁକା କଳା ମାଧ୍ୟମରେ ଯୁବ ମତଦାତାଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ଏଥି ନିମନ୍ତେ ଦେଶ ବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” (ମୋର ପ୍ରଥମ ଭୋଟ୍ ଦେଶ ପାଇଁ) ଅଭିଯାନ ଚାଲିଛି। ଅଭିଯାନରେ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇ ଯୁବ ମତଦାତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରିବା ଲାଗି ଆଗେଇ ଆସିବାକୁ ସଚେତନ କରୁଛନ୍ତି। ଏହି କ୍ରମରେ ବିଶିଷ୍ଟ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳାକୃତି ଗଢ଼ିଛନ୍ତି। ନିଜର କଳାକୃତି ମାଧ୍ୟମରେ ସେ ଯୁବ ତଥା ପ୍ରଥମ ଥର ପାଇଁ ମତଦାତା ହୋଇଥିବା ନାଗରିକମାନଙ୍କୁ ବହୁସଂଖ୍ୟାରେ ମତଦାନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ସୂଚନାଯୋଗ୍ୟ ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” ଅଭିଯାନ କାର୍ଯ୍ୟକାରୀ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ