Monday, March 30, 2026
27.4 C
Odisha

    ପାର୍ବଣରେ ଉଡ଼ିବନି ବିମାନ!

    ଆଗକୁ ପଢନ୍ତୁ

    ରାଉରକେଲା: ପୂର୍ଣ୍ଣକାଳୀନ ରାଉରକେଲା ବିମାନସେବା ଉପରେ ପୁଣି ଏକ ଅନିଶ୍ଚିତତା ଦେଖାଦେଇଛି। ସଂପ୍ରତି ରାଉରକେଲାକୁ ଉଡ଼ୁଥିବା ବିମାନ ଏବେ ଅଚଳ ହୋଇଯାଇଛି। ଫଳରେ ବୁଧବାର ରାଉରକେଲାକୁ ବିମାନସେବା ବାତିଲ କରିଛି ଆଲିଆନ୍ସ ଏୟାର।

    ଆଜି ନିର୍ଦ୍ଧାରିତ ସମୟରେ ବିମାନ କୋଲକାତାରୁ ରାଉରକେଲାକୁ ଆସିଥିଲେ। ୪୮ ଜଣ ଯାତ୍ରୀ ରାଉରକେଲାରେ ଓହ୍ଲାଇଥିଲେ। ରାଉରକେଲାରୁ ୪୭ ଜଣ ଯାତ୍ରୀ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ଭୁବନେଶ୍ବରରେ ବିମାନ ଅବତରଣବେଳେ କିନ୍ତୁ ସମସ୍ୟା ଉପୁଜିଥିଲା। ଅବତରଣବେଳେ ବିମାନର ବାମ ପାର୍ଶ୍ବ ଚକ ଗୋଟିଏ ପାଖକୁ ଟାଣିଥିଲା। ଫଳରେ ବିମାନ ଘସିହୋଇଯାଇଥିଲା। ଅବଶ୍ୟ ବିମାନ ସୁରକ୍ଷିତଭାବେ ଅବତରଣ କରିବାସହ ଯାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲେ।
    ତେବେ ଉକ୍ତ ବିମାନଟି ବର୍ତ୍ତମାନ ସେବା ଦେବା ଅବସ୍ଥାରେ ନଥିବା ଆଲିଆନ୍ସ ଏୟାର୍‌ ପକ୍ଷରୁ ସୂଚନା ଦିଆଯାଇଛି। ଯଦ୍ବରା ଭୁବନେଶ୍ବରରୁ ରାଉରକେଲା ଓ କୋଲକାତା ଉଡ଼ାଣକୁ ବାତିଲ କରିଦିଆଯାଇଛି। ଯାନ୍ତ୍ରିକ ମରାମତି ପାଇଁ ବୁଧବାର ବିମାନସେବାକୁ ବାତିଲ କରାଯାଇଛି। ବର୍ତ୍ତମାନ କେବଳ ଦିନକପାଇଁ ସେବା ବାତିଲ କରାଯାଇଥିବାବେଳେ ପ୍ରକୃତରେ ଆଗାମୀ ୬/୭ ଦିନ ବାତିଲ ହେବାର ଆଶଙ୍କା ଦେଖାଦଇେଛି। ମରାମତି ପାଇଁ ଅନ୍ୟୁନ ୫/୬ ଦିନ ସମୟ ଆବଶ୍ୟକ। ଏଣୁ ଆଲିଆନ୍ସ ଏୟାର ପକ୍ଷରୁ ଅନ୍ୟ ଏକ ବିମାନ ଯୋଗାଇ ସେବା ପ୍ରଦାନ କରାଯିବ ନା ଉକ୍ତ ବିମାନ ମରାମତି ସଂପନ୍ନ ହେବାଯାଏ ସେବା ବ୍ୟାଘାତ ହେବ, ତାହା ଅସ୍ପଷ୍ଟ। ଏନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ସଭାପତି ଇଂ ବିମଳ କୁମାର ବିଶି କହିଛନ୍ତି, ପାର୍ବଣରେ ବିମାନସେବା ବାତିଲହେବା, ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ। ଦୂରଦୂରାନ୍ତରେ ରହୁଥିବା ବ୍ୟକ୍ତି ପର୍ବରେ ପରିବାର ସହ ସମୟ କାଟିବାକୁ ରାଉରକେଲା ଫେରିବାକୁ ଚାତକପରି ଚାହିଁବସିଥିବାବେଳେ ଆଲିଆନ୍ସ ଏୟାର ଏଭଳି ନିଷ୍ପତ୍ତି ସହରବାସୀଙ୍କ ଭାବାବେଗକୁ କୁଠାରାଘାତ କରୁଛି। ଯଦି ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉକ୍ତ ବିମାନଟି ସେବା ଯୋଗାଇବାରେ ବିଫଳ, ତା’ହେଲେ ଏହାର ବିକଳ୍ପ ବ୍ୟବସ୍ଥା କରାଯାଉ। ଅନ୍ୟ ବିମାନ ନିୟୋଜିତକରି ସହରବାସୀଙ୍କ ଆବଶ୍ୟକତା ପୂରଣ କରିବା ଶ୍ରେୟସ୍କର ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ