Sunday, April 12, 2026
31.2 C
Odisha

    FM ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଦିଲ୍ଲୀରେ ବର୍ଷିଲା କଂଗ୍ରେସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଆଜି ଦିଲ୍ଲୀରେ ବର୍ଷିଛି କଂଗ୍ରେସ। ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲମ୍ବା ଏବଂ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଘଟଣା ନେଇ ଖୁବ୍ ବର୍ଷିବା ସହ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛନ୍ତି। ଯେଉଁଠି ବିଜେପିର ଡବଲ ଇଞ୍ଜିନ ସରକାର ଅଛି, ସେଠାରେ ଅପରାଧ ଦୁଇଗୁଣିତ ହୋଇଛି ବୋଲି କହିଛନ୍ତି ଅଳକା। ୟୁପି, ବିହାର ଭଳି ଘଟଣା ଓଡ଼ିଶାରେ ଘଟୁଛି ବୋଲି ସେ କହିଛନ୍ତି। ଅଳକା କହିଛନ୍ତି, ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଅପରାଧ ଶୀର୍ଷରେ ରହିଛି। ଏଠାରେ ବିଜେପି ସରକାର ରହିଛି, ଯାହା ଅପରାଧୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଉଛି। ଏହା ଏକ ବଡ଼ ଚିନ୍ତାର ବିଷୟ। ଓଡ଼ିଶାରେ ବିଜେପି ଶାସନର ଗୋଟିଏ ବର୍ଷରେ ମହିଳାମାନଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଥିବା କହିଛନ୍ତି ଅଳକା।

    ଅପରପକ୍ଷେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଛାତ୍ରୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ସୋଫିଆ। ଏହି ମାମଲାରେ ଏକ ନ୍ୟାୟିକ ତଦନ୍ତ ହେବା ଉଚିତ, ଯଦ୍ୱାରା ଦୋଷୀମାନଙ୍କୁ ଦଣ୍ଡ ମିଳିବ। ଯେହେତୁ ଏହା ଏକ ଗମ୍ଭୀର ପ୍ରସଙ୍ଗ ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନୀରବତା ଭାଙ୍ଗି ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ଉଚିତ ବୋଲି ସୋଫିଆ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ