Monday, June 22, 2026
37.1 C
Odisha

    ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି

    ଆଗକୁ ପଢନ୍ତୁ

    ବାଲେଶ୍ବର: ବଢ଼ିଲା ସମୀର ସାହୁଙ୍କ ଜେଲ ଅବଧି । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି । ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି।

    ଗତକାଲି ଭିସିରେ ଏସଡିଜେଏମଙ୍କ ନିକଟରେ ହାଜର ହୋଇଥିଲେ ସମୀର ।ଜୀବନ ହରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିଲେ ଅଧ୍ୟାପକ ସମୀର ସାହୁ । ଅଧ୍ୟାପକ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିଥିବା ବେଳେ ତାହା ନାମଞ୍ଜୁର ପରେ ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଘଟଣାକୁ ୧୫ ଦିନ ବିତିଲା । ଅଧ୍ୟାପକ ଓ ପ୍ରିନ୍ସପାଲଙ୍କ ବ୍ୟତିତ, ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ କିଏ ଦାୟୀ, ତାର ତନାଘନା ତଦନ୍ତ ଚଲାଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଘଟଣାକୁ ସୁପ୍ରିମକୋର୍ଟ ଲଜ୍ଜାଜନକ କହିବା ପରେ, ଘଟଣାର ତଦନ୍ତକୁ ଚୂଡ଼ାନ୍ତ ସ୍ତରରେ ପହଞ୍ଚାଇବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    5.5kmh
    90 %
    Mon
    37 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ