Saturday, October 10, 2026
23.6 C
Odisha

    ବନ୍ଦେ ଭାରତ ଏକ୍ସପ୍ରେସରେ ଦୁର୍ଗନ୍ଧଯୁକ୍ତ ଖାଦ୍ୟ ପରଷା ଯିବାର ଭିଡିଓ ଭାଇରାଲ ହେବାପରେ ଆଇଆରସିଟିସିର ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ ଯାତ୍ରା ସମୟରେ ତାଙ୍କ ସହିତ ଘଟିଥିବା ଅସନ୍ତୋଷଜନକ ପରିସ୍ଥିତିକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି।

    ସୂଚନାଯୋଗ୍ୟ, ଆକାଶ କେଶରୀ ନାମକ ଯାତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାତ୍ରା କରୁଥିଲେ। ଏଥିରେ ତାଙ୍କୁ ଖରାପ ଖାଦ୍ୟ ପରଷା ଯାଇଥିବାର ସେ ଅଭିଯୋଗ କରିଥିଲେ।

    ଅଭିଯୋଗ କରି ଆକାଶ କେଶରୀ ଏକ୍ସ (ଟୁଇଟର)ରେ ଲେଖିଥିଲେ, ‘ନମସ୍କ‌ାର ସାର ‌ମୁଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ନମ୍ବର ୨୨୪୧୬ରେ ନୂଆଦିଲ୍ଲୀରୁ ବାରାଣାସୀ ଯାତ୍ରା କରୁଛି। ଯାତ୍ରା ସମୟରେ  ଯେଉଁ  ଖାଦ୍ୟ ପରଷା ଯାଇଛି, ସେଥିରୁ ଦୁର୍ଗନ୍ଧ ବାହାରିବା ସହିତ ଖାଦ୍ୟର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି। ଦୟାକରି ମୋର ସମସ୍ତ ଟଙ୍କା ଫେରସ୍ତ କରନ୍ତୁ। ଏହି ବିକ୍ରେତା ବନ୍ଦେ ଭାରତ ଏକ୍ସପ୍ରେସର ନାମକୁ ଖରାପ କରୁଛନ୍ତି।’ଏହି ଭିଡିଓ ଭାଇରାଲ ହେବାପରେ ଆଇଆରସିଟିସି ଘଟଣାକୁ ଗମ୍ଭୀରତାର ସହ ନେଇ ପ୍ରତିକ୍ରିୟା ଦେଇ କହିଛି, ‘ସାର ଆପଣଙ୍କ ଅସନ୍ତୋଷଜନକ ପରିସ୍ଥିତି ପାଇଁ ଆମେ ଦୁଃଖିତ। ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି। ସେବା ପ୍ରଦାନକାରୀଙ୍କ ଉପରେ ଉପଯୁକ୍ତ ଦଣ୍ଡବିଧାନ କରାଯାଇଛି। ଏହା ବ୍ୟତୀତ ଉକ୍ତ ‌ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ହଟାଇ ଦିଆଯାଇଛି ଏବଂ ଲାଇସେfood-is-smelling-and-very-dirty-vande-bharat-passengersନ୍ସଧାରୀଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି। ଅନ-ବୋର୍ଡ ସେବାଗୁଡିକର ମନିଟରିଂକୁ ଆହୁରି ମଜବୁତ କରାଯାଇଛି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ