Saturday, March 14, 2026
23.2 C
Odisha

    ପ୍ରଶିକ୍ଷଣ ଶିବିରରେ ବିଷାକ୍ତ ଖାଦ୍ୟ ଖାଇ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଅସୁସ୍ଥ; ହସ୍ପିଟାଲରେ ହେଲେ ଭର୍ତ୍ତି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଗତବୁଧବାର ଅର୍ଥାତ ମାର୍ଚ୍ଚ ୧୪ ତାରିଖ ସନ୍ଧ୍ୟାରେ ଉତ୍ତର ମହାରାଷ୍ଟ୍ରର ଘୁଲେ ସହରରେ ଶହେରୁ ଅଧିକ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି।ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ପୁଲିସ ତାଲିମ କେନ୍ଦ୍ରରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୬୩୩ ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷଣ ଶିବିରରେ ପରସା ଯାଇଥିବା ଖାଦ୍ୟ ଖାଇ ପ୍ରାୟ ୧୧୦ ଜଣ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।ସଙ୍ଗେସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ଭାଉସାହେବ ହିରେ ସରକାରୀ ମେଡିକାଲ କଲେଜ କମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ‌ାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କରି ଔଷଧ ଓ ଇନଜେକସନ ଦେଇଥିଲେ। ଏହାପରେ ଭର୍ତ୍ତି ହୋଇଥିବା ସମସ୍ତ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଥିଲା। ଅସୁସ୍ଥ ଥିବା ୧୧୦ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରୁ କିଛିଜଣଙ୍କୁ ଖୁବଶୀଘ୍ର ଘରକୁ ଛୁଟି କରି ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।

    ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶିକ୍ଷଣ ଶିବିରରେ ପୁଲିସ କର୍ମଚାରୀଙ୍କୁ ପରସା ଯାଇଥିବା ଖାଦ୍ୟର ଯାଞ୍ଚ କରାଯାଉଛି। ତେବେ ବିଷାକ୍ତ ଖାଦ୍ୟ ପରସା ଯିବା ଘଟଣାରେ ଯିଏବି ଦୋଷୀ ‌ଥିବା ଜଣାପଡ଼ିବ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

    ଚଳିତ ବର୍ଷ ଫେବ୍ରୁଆରି ୨୧ରେ ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ଲୋନାରର ସୋମଥାନା ଗ୍ରାମରେ ଏକ ସପ୍ତାହ ଧରି ଚାଲିଥିବା ଧାର୍ମିକ ଆୟୋଜନର ‘ହରିନାମ ସପ୍ତାହ’ର ଶେଷ ଦିନରେ ଘଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ