Saturday, March 28, 2026
38.2 C
Odisha

    ଆଜମେର ସର୍ଭେ ମାମଲା: ମୋଦୀଙ୍କୁ ପୂର୍ବତନ ବ୍ୟୁରୋକ୍ରାଟ୍ ଓ କୂଟନୀତିଜ୍ଞଙ୍କ ପତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଜମେର ସରିଫ ଦରଗାର ସର୍ଭେ ପାଇଁ ଏକ ସ୍ଥାନୀୟ ଅଦାଲତ ନିର୍ଦ୍ଦେଶ ଦେବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏବେ ଏହି ପ୍ରସଙ୍ଗରେ  କିଛି ପୂର୍ବତନ ଅମଲା ଓ କୂଟନୀତିଜ୍ଞ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି ଭାରତର ସଭ୍ୟତା ଐତିହ୍ୟ ଉପରେ ଆଦର୍ଶଗତ ଆକ୍ରମଣ ଏବଂ ଏକ ସମାବେଶୀ ଦେଶର ଧାରଣାକୁ ବିକୃତ କରୁଥିବା ସମସ୍ତ ବେଆଇନ ଏବଂ କ୍ଷତିକାରକ କାର୍ଯ୍ୟକଳାପକୁ ରୋକିବା ପାଇଁ ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସମସ୍ତ ବେଆଇନ, କ୍ଷତିକାରକ କାର୍ଯ୍ୟକଳାପକୁ କେବଳ ପ୍ରଧାନମନ୍ତ୍ରୀ ହିଁ ରୋକିପାରିବେ ବୋଲି ଏହି ଗୋଷ୍ଠୀ ଦାବି କରିଛି। ଏହି ଗୋଷ୍ଠୀ ମୋଦୀଙ୍କୁ ମନେ ପକାଇ ଦେଇଛି ଯେ ସେ ନିଜେ ଦ୍ୱାଦଶ ଶତାବ୍ଦୀର ସନ୍ଥ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଶାନ୍ତି ଏବଂ ସଦ୍ଭାବନାର ବାର୍ତ୍ତାକୁ ସମ୍ମାନ ଜଣାଇ ତାଙ୍କ ବାର୍ଷିକ ଉର୍ସ ଅବସରରେ ତାଙ୍କୁ ଚାଦର ପଠାଇଥିଲେ। ଏହି ଦଳରେ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜିବ ଜଙ୍ଗ, ବ୍ରିଟେନରେ ଅବସ୍ଥାପିତ ପୂର୍ବତନ ଭାରତୀୟ ହାଇକମିଶନର ଶିବ ମୁଖାର୍ଜୀ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସୱାଇ କୁରେଶୀ, ପୂର୍ବତନ ଡେପୁଟି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ ଜମିରୁଦ୍ଦିନ ଶାହା ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ରବି ବୀରା ଗୁପ୍ତା ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ