Monday, April 13, 2026
24.2 C
Odisha

    ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର, ଶ୍ରଦ୍ଧାଳୁଙ୍କ ତିନି ଦ୍ବାର ଦେଇ ପ୍ରସ୍ଥାନ

    ଆଗକୁ ପଢନ୍ତୁ

    ପୁରୀ : କାଲିଠୁ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର । ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ସିଂହଦ୍ବାର ଦେଇ ଶ୍ରଦ୍ଧାଳୁଙ୍କ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଅର୍ଥାତ ଶ୍ରଦ୍ଧାଳୁ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ । ସେବକ ଓ ତାଙ୍କ ପରିବାର ପାଇଁ କଟକଣା ଲାଗୁ ହେବ ନାହିଁ। ସେବକ ଏବଂ ତାଙ୍କ ପରିବାର ବର୍ଗ ସମସ୍ତ ଦ୍ବାରରେ ପ୍ରବେଶ ଏବଂ ପ୍ରସ୍ଥାନ କରିପାରିବେ ।

    ପଞ୍ଚକ ପାଇଁ କେବଳ ସିଂହଦ୍ବାରରେ ପ୍ରବେଶ ଏବଂ ପ୍ରସ୍ଥାନ କରୁଥିଲେ ଶ୍ରଦ୍ଧାଳୁ। କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ, ଏସପିଙ୍କ ସମେତ ଶ୍ରୀମନ୍ଦିର ତଥା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ସମାପନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    66 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ