Friday, November 20, 2026
18.6 C
Odisha

    ନିଜ ଅପରାଧିକ ଘଟଣାକୁ ମନେ ପକାଇ ବିଳିବିଳି ହେଉଛି ବିଜେଡି: ଦିଲୀପ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୫/୧୧: ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ଆଗକୁ ଏନେଇ ଆଇନ ଅନୁଯାୟୀ କ’ଣ କରାଯିବ, ସେନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ । ସେପର୍ଯ୍ୟନ୍ତ ବିଧାୟକ ପ୍ରତାପ ଦେବ ଧୈର୍ଯ୍ୟ ରଖନ୍ତୁ । ଆଇନ୍ ତା’ବାଟରେ ଯିବ । ଏଥିରେ ହସ୍ତକ୍ଷେପ କରିବାର ଅଧିକାର କାହା ପାଖରେ ନାହିଁ । ମାତ୍ର ବିଜେଡିର ଯେଉଁ ନେତାମାନେ ଏହି ଘଟଣାରେ ବ୍ୟସ୍ତବିବ୍ରତ ହେଉଛନ୍ତି ସେମାନେ ଶାସନରେ ଥିଲାବେଳେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ନେତାଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରେସ୍ ବିବୃତି ଜରିଆରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
    ଶ୍ରୀ ମଲ୍ଲିକ କହିଛନ୍ତି ଯେ, ମାହାଙ୍ଗା ତ୍ରିପଲ୍ ମର୍ଡର ଘଟଣାରେ ପ୍ରତାପ ଜେନା ୧୩ ନଂ. ମୁଦାଲା ଥିଲେ । ସେତେବେଳେ ସରକାର ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଥିଲେ? ତତ୍କାଳୀନ ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କୁ କୋର୍ଟ ଦୋଷୀ ବୋଲି କହିଥିଲା । ମାତ୍ର ବିଜେଡି ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ସେହିପରି ଅରୁଣ ସାହୁ, ପ୍ରଣବ ବଳବନ୍ତ ରାୟ, ତତ୍କାଳୀନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ୱେ ବିଜେଡି ସରକାର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ସେତେବେଳେ ସେମାନଙ୍କୁ ନ ବାନ୍ଧି ଚୁପ ବସିଥିଲା । କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ସଙ୍ଗୀନ ମାମଲା ଥିଲେ ମଧ୍ୟ ବିଜେଡି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ଏଭଳି ବିଭିନ୍ନ କାରଣ ଯୋଗୁ ଏହି ଭ୍ରଷ୍ଟ ସରକାରକୁ ଲୋକେ ଗାଦିରୁ ହଟାଇ ଦେବା ପରେ ଏବେ ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି । ବର୍ତମାନ ବିଜେପି ସରକାରଙ୍କୁ କେବଳ ବିରୋଧ କରିବା ପାଇଁ ବିରୋଧୀ ଏଭଳି ଭିତିହୀନ ରାଜନୀତି କରୁଛି । ଖବରରେ ରହିବା ପାଇଁ ସେମାନେ ନିଜ ଆଇନାରେ ନିଜ ମୁହଁ ଦେଖୁଛନ୍ତି । ନିଜ ଅପରାଧିକ ଘଟଣାକୁ ମନେପକାଇ ବିଳିବିଳି ହେଉଛନ୍ତି । ବିଜେଡି ସରକାର ସେତେବେଳେ ରାଜନୈତିକ ଅଭିସନ୍ଧି ରଖି ବହୁ ବିରୋଧୀ ଦଳର ନେତା ଓ ସୂଚନା ଅଧିକାର କର୍ମୀମାନଙ୍କୁ ହଇରାଣ କରୁଥିଲେ । ଯେଉଁମାନେ ନ୍ୟାୟସଙ୍ଗତ ସ୍ୱର ଉତୋଳନ କରୁଥିଲେ ସେମାନଙ୍କୁ ପୋଲିସ ମାଧ୍ୟମରେ ନିର୍ଯାତନା ଦିଆଯାଉଥିଲା । ସେମାନଙ୍କ ଉପରେ ବିଭିନ୍ନ ଅତ୍ୟାଚାର କରାଯାଉଥିଲା । ନବୀନ ପଟ୍ଟନାୟକ ସେତେବେଳେ କେବଳ ଆଇନ ତା’ବାଟରେ ଯିବ ବୋଲି କହି ନୀରବ ପ୍ରତିମୂର୍ତି ସାଜିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ସରକାର ଏହାକୁ କାର୍ଯ୍ୟରେ କରି ଦେଖାଇବ । ଏହା ହେଉଛି ଲୋକଙ୍କ ସରକାର । ତେଣୁ ଆଇନ ଉପରେ ଭରସା ରଖିବାକୁ ଶ୍ରୀ ମଲ୍ଲିକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    18.6 ° C
    18.6 °
    18.6 °
    99 %
    1.4kmh
    100 %
    Fri
    20 °
    Sat
    24 °
    Sun
    28 °
    Mon
    28 °
    Tue
    28 °

    ସମ୍ବନ୍ଧିତ