Tuesday, May 12, 2026
27.1 C
Odisha

    ବଟି ମାଗି ଗିରଫ ହେଲେ ୪ ଯୁବକ, ଯୁବତୀ

    ଆଗକୁ ପଢନ୍ତୁ

    ବଟି ମାଗି ଗିରଫ ହେଲେ ଦୁଇ ଯୁବତୀଙ୍କ ସହ ଦୁଇ ଯୁବକ । ନିଜକୁ ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି । ରାୟଗଡ଼ା ଦୋରାଗୁଡା ପୁଲିସ ୪ ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ନକଲି ମାଓବାଦୀ ଚିଠି ଓ ମୋବାଇଲ ଜବତ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦମ୍ପତି ମଧ୍ୟ ଅଛନ୍ତି । ପୁଲିସ ସୂଚନା ମୁତବକ, ଗତ ୧୧ ତାରିଖରେ କାଶୀପୁର ଅଞ୍ଚଳର ଠିକାଦାର ପରାମାନନ୍ଦ ନାୟକ ମାଓବାଦୀଙ୍କ ନାମରେ ଏକ ନକଲି ଚଠି ଆସିଥିଲା । ଚିଠିରେ ୬୦ ଲକ୍ଷ ଟଙ୍କା ଦେବାକୁ ଲେଖାଯାଇଥିଲା । ନଚେତ୍ ପ୍ରଜାକୋର୍ଟରେ ଦଣ୍ଡିତ କରିବାକୁ ଚେତାବନି ଦିଆଯାଇଥିଲା । ଏନେଇ ଠିକାଦାର ଦୋରଗୁଡା ପୁଲିସକୁ ଜଣାଇଥିଲେ । ପରେ ପୁଲିସ ୪ ନକଲି ମାଓବାଦୀଙ୍କୁ ଗିରଫ କରିଛି । ସେମାନେ ହେଲେ କଳାହାଣ୍ଡି ମଣ୍ଡଳ ଗାଁର ସୂର୍ଯ୍ୟ ନାୟଓ ଓ ତାଙ୍କ ପତ୍ନି ବର୍ଷା ନାୟକ, କାଶୀକୁର ମାଲିଙ୍ଗା ଗାଁର ରମେଶ ନାୟକ, ଝାରସୁଗୁଡା ବ୍ରଜରାଜନଗର କଲ୍ୟାଣୀ ପଂଚଭାୟ । ପୁଲିସ ସେମାନଙ୍କ ଠାରୁ ନକଲି ଚିଠି, ୪ ଟି ମୋବାଇଲ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.1 ° C
    27.1 °
    27.1 °
    63 %
    3.9kmh
    50 %
    Tue
    27 °
    Wed
    41 °
    Thu
    42 °
    Fri
    43 °
    Sat
    43 °

    ସମ୍ବନ୍ଧିତ