Saturday, July 27, 2024
24.5 C
Odisha

    ବଟି ମାଗି ଗିରଫ ହେଲେ ୪ ଯୁବକ, ଯୁବତୀ

    ଆଗକୁ ପଢନ୍ତୁ

    ବଟି ମାଗି ଗିରଫ ହେଲେ ଦୁଇ ଯୁବତୀଙ୍କ ସହ ଦୁଇ ଯୁବକ । ନିଜକୁ ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି । ରାୟଗଡ଼ା ଦୋରାଗୁଡା ପୁଲିସ ୪ ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ନକଲି ମାଓବାଦୀ ଚିଠି ଓ ମୋବାଇଲ ଜବତ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦମ୍ପତି ମଧ୍ୟ ଅଛନ୍ତି । ପୁଲିସ ସୂଚନା ମୁତବକ, ଗତ ୧୧ ତାରିଖରେ କାଶୀପୁର ଅଞ୍ଚଳର ଠିକାଦାର ପରାମାନନ୍ଦ ନାୟକ ମାଓବାଦୀଙ୍କ ନାମରେ ଏକ ନକଲି ଚଠି ଆସିଥିଲା । ଚିଠିରେ ୬୦ ଲକ୍ଷ ଟଙ୍କା ଦେବାକୁ ଲେଖାଯାଇଥିଲା । ନଚେତ୍ ପ୍ରଜାକୋର୍ଟରେ ଦଣ୍ଡିତ କରିବାକୁ ଚେତାବନି ଦିଆଯାଇଥିଲା । ଏନେଇ ଠିକାଦାର ଦୋରଗୁଡା ପୁଲିସକୁ ଜଣାଇଥିଲେ । ପରେ ପୁଲିସ ୪ ନକଲି ମାଓବାଦୀଙ୍କୁ ଗିରଫ କରିଛି । ସେମାନେ ହେଲେ କଳାହାଣ୍ଡି ମଣ୍ଡଳ ଗାଁର ସୂର୍ଯ୍ୟ ନାୟଓ ଓ ତାଙ୍କ ପତ୍ନି ବର୍ଷା ନାୟକ, କାଶୀକୁର ମାଲିଙ୍ଗା ଗାଁର ରମେଶ ନାୟକ, ଝାରସୁଗୁଡା ବ୍ରଜରାଜନଗର କଲ୍ୟାଣୀ ପଂଚଭାୟ । ପୁଲିସ ସେମାନଙ୍କ ଠାରୁ ନକଲି ଚିଠି, ୪ ଟି ମୋବାଇଲ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ