Monday, May 20, 2024
33 C
Odisha

    ଯୁଦ୍ଧବିରାମ ସପକ୍ଷରେ ଭାରତର ଭୋଟ , ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧ ଉପରେ ଭୋଟିଂ

    ଆଗକୁ ପଢନ୍ତୁ

    ଗାଜାରେ ହାମାସ ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବାକୁ ମିଳିତ ଜାତିସଂଘ (ଜାତିସଂଘ) ରେ ମଙ୍ଗଳବାର ଦିନ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଛି । ଭାରତ ସମେତ ୧୫୩ ଦେଶ ଏହାକୁ ସମର୍ଥନ କରିଥିଲେ । ଗାଜାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ଏବଂ ଜାତିସଂଘ ଗତ କିଛି ଦିନ ହେବ ଯୁଦ୍ଧ ବନ୍ଦ ପାଇଁ ଡାକରା ଦେଇଛି ।

    ନ୍ୟୁୟର୍କ: ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘ (ଜାତିସଂଘ) ମଙ୍ଗଳବାର ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛି । ଜାତିସଂଘର ଏହି ପ୍ରସ୍ତାବ ୧୯୩ ସଦସ୍ୟ ବିଶିଷ୍ଟ ସାଧାରଣ ସଭାର ତିନି ଚତୁର୍ଥାଂଶରୁ ଅଧିକ ସମର୍ଥନ ପାଇଛି । କୌତୁହଳର ବିଷୟ ହେଉଛି ଯେ ସବୁକଥାରେ ଇସ୍ରାଏଲକୁ ସମର୍ଥନ ଦେଉଥିବା ଭାରତ ଜାତିସଂଘର ଏହି ଯୁଦ୍ଧ ବନ୍ଦ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛି ।  ଏହା ହେଉଛି ସେହି ସମାନ ପ୍ରସ୍ତାବ ଯାହା ନିକଟ ଅତୀତରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଆମେରିକା ଦ୍ୱାରା ଭିଟୋ କରାଯାଇ ସ୍ଥଗିତ ରଖାଯାଇଥିଲା ।

    ଅକ୍ଟୋବର ୭ ରୁ ଗାଜାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି ।  ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣ ପରେ ସେଠାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ଶପଥ ନେଇ ଗାଜା ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲର ପ୍ରତି ଆକ୍ରମଣରେ ଗାଜା ସହର ଏକ ପ୍ରକାର ଧ୍ବଂସସ୍ତୂପରେ ପରିଣତ ହେଇଗଲାଣି ।

    ସପକ୍ଷରେ ୧୫୩ ଦେଶ

    ଜାତିସଂଘର ଏହି ପ୍ରସ୍ତାବରେ ଆରବ ଦେଶଗୁଡିକର ସମର୍ଥନ ରହିଛି । ଏହି ପ୍ରସ୍ତାବ ସପକ୍ଷରେ ଭାରତ ମଧ୍ୟ ଭୋଟ୍ ଦେଇଛି । ଏହି ପ୍ରସ୍ତାବରେ ଗାଜାରେ ଅସ୍ତ୍ରବିରତି ପାଇଁ ଆବେଦନ ରହିଛି । ଏହାର ସପକ୍ଷରେ ୧୫୩ ଭୋଟ୍ ଦିଆଯାଇଥିବାବେଳେ କେବଳ ୧୦ ଜଣ ସଦସ୍ୟ ଏହା ବିରୁଦ୍ଧରେ ଭୋଟ ଦେଇଛନ୍ତି ସେହିପରି ୨୩ ଜଣ ସଦସ୍ୟ ମତଦାନରୁ ନିବୃତ୍ତ ରହିଥିଲେ । ଏହି ସାଧାରଣ ସଭାରେ ଆମେରିକାର ଭିଟୋ ପ୍ରୟୋଗର ଅଧିକାର ନାହିଁ । ଇସ୍ରାଏଲ ଏବଂ ଅବଶିଷ୍ଟ ଆଠଟି ଦେଶ ସହିତ ଆମେରିକା ଏହି ସଂକଳ୍ପ ବିରୋଧରେ ଭୋଟ୍ ଦେଇଛି ।

    ପୂର୍ବରୁ ମଧ୍ୟ ଭାରତ ସମର୍ଥନ କରିଥିଲା

    ବିପୁଳ କରତାଳି ମଧ୍ୟରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।  ଏହାପୂର୍ବରୁ ନଭେମ୍ବର ୧୩ ରେ ଆଗତ ହେଇଥିବା ଏକ ପ୍ରସ୍ତାବରେ  ମଧ୍ୟ ଭାରତ  ଇସ୍ରାଏଲ ବିରୋଧରେ ଭୋଟ୍ ଦେଇଥିଲା ।  ଜାତିସଂଘରେ ପାଲେଷ୍ଟାଇନର ରାଷ୍ଟ୍ରଦୂତ ରିୟାଦ ମାନସୁର ସମଗ୍ର ବିଶ୍ୱରେ ପାଲେଷ୍ଟାଇନ ସମର୍ଥକ ବିରୋଧ ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଆମେରିକା ଏହି ବିଶାଳ ଶକ୍ତିକୁ ଅଣଦେଖା କରିପାରିବ ନାହିଁ । ସେ  ଆହୁରି ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ଆକ୍ରୋଶ ଶେଷ ନହୁଏ ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ରାସ୍ତାରେ ଏକାଠି ଚାଲିବାକୁ ପଡ଼ିବ ।

    ସୁରକ୍ଷା ପରିଷଦରେ ଆମେରିକାର ଭିଟୋ

    ଗତ ଥର ଏହି ପ୍ରସ୍ତାବ ଯେତେବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ କରାଯାଇଥିଲା ସେତେବେଳେ ଆମେରିକା ଏହାକୁ ଭିଟୋ କରିଥିଲା । ସେତେବେଳେ ତିନି ସ୍ଥାୟୀ ସଦସ୍ୟ ରୁଷ, ଚୀନ୍ ଏବଂ ଫ୍ରାନ୍ସ ଏହାର ସମର୍ଥନରେ ଭୋଟ୍ ଦେଇଥିଲେ । ୟୁଏନଏସିରେ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ଉଡ଼ ଜାତିସଂଘକୁ ସମାଲୋଚନା କରିଛନ୍ତି । ସେ କହିଥିଲେ ଯେ ସେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାରେ ବିଫଳ ହୋଇଥିଲା । ରବର୍ଟ ଉଡ଼ କହିଛନ୍ତି ଯେ ସାମରିକ କାର୍ଯ୍ୟ ବନ୍ଦ କରିବା ଦ୍ୱାରା ହମାସ ଗାଜା ଉପରେ ଶାସନ ଜାରି ରଖିବ। ଅଧିକନ୍ତୁ, ଏହି ପ୍ରସ୍ତାବ କେବଳ ପରବର୍ତ୍ତୀ ଯୁଦ୍ଧ ପାଇଁ ବୀଜ ବପନ କରିବ ତା ବ୍ୟତୀତ ଆଉକିଛି ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    38 %
    1.5kmh
    84 %
    Mon
    31 °
    Tue
    41 °
    Wed
    41 °
    Thu
    41 °
    Fri
    37 °

    ସମ୍ବନ୍ଧିତ