Tuesday, September 29, 2026
23.6 C
Odisha

    ସୁଭଦ୍ରା ଯୋଜନା: ଡିସେମ୍ବର ୨୫ରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୫ ତାରିଖରେ ମିଳିବ। ଏଥି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସରକାର କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ବରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବାରିପଦାରୁ ଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ରୁ ଟଙ୍କା ରିଲିଜ କରାଯାଇଥିଲା। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ପ୍ରଥମ କିସ୍ତିର ତିନିଟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଟଙ୍କା ମିଳିସାରିଛି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରାୟ ୮୦ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିସାରିଛନ୍ତି। ଆହୁରି ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରୁ ଉପକୃତ ହେବାକୁ ଆଶା ରଖିଛନ୍ତି। ରାଜ୍ୟ ସରକାର ପୂର୍ବରୁ କହିଛନ୍ତି ଯେ, ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ର ଟଙ୍କା ମିଳିବ।

    ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାୱାରୀ ଯାଞ୍ଚ ଆରମ୍ଭ ହୋଇଛି। ଯେଉଁ ସ୍ଥାନ ଗୁଡ଼ିକରେ କମ ପଞ୍ଚୀକରଣ ହୋଇଛି ସେହି ସ୍ଥାନକୁ ସରକାର ଫୋକସରେ ରଖିଛନ୍ତି। ଏହା ବ୍ୟତୀତ ଯେଉଁ ସବୁ ଜିଲ୍ଳାରେ ଅଧିକ ଆବେଦନ ଖାରଜ ହୋଇଛି, ସେହି ସ୍ଥାନଗୁଡ଼ିକରେ ସିଡିପିଓଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଆବେଦନ ଖାରଜ ହୋଇଥିବା ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିବା ପରେ ସରକାର ସତର୍କ ହୋଇଛନ୍ତି। ଜିଲ୍ଲାୱାରୀ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ ପଞ୍ଜୀକରଣ ଓ ଅଧିକ ଆବେଦନ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ