Sunday, March 29, 2026
25.1 C
Odisha

    ଫ୍ରିଜ ପାଣି ପିଇବା ଅଭ୍ୟାସରେ ପରିଣତ ହେଲାଣି କି? ହୋଇପାରେ ଘାତକ

    ଆଗକୁ ପଢନ୍ତୁ

    ଅସହ୍ୟ ତାତିରେ ମଣିଷ କଲବଲ ହେଉଥିବା ବେଳେ ଘରେ ପଶିଗଲେ ସେଥିରୁ ମିଳିଥାଏ ମୁକ୍ତି। ଆଉ ଘରେ ଫ୍ରିଜ ଖୋଲି ଥଣ୍ଡା ପାଣି ପିଇ ଦେଲେ ମିଳିଥାଏ ପରମ ତୃପ୍ତି। ଥଣ୍ଡା ପାଣି ସଙ୍ଗେସଙ୍ଗେ ଆପଣଙ୍କୁ ଖୁବ୍‌ ଭଲ ଲାଗିଥାଇପାରେ ମାତ୍ର ଏହାର ପରିଣାମ ହୋଇପାରେ ଘାତକ । ଆପଣଙ୍କୁ ମାଡ଼ି ବସିପାରେ ବହୁ ସାଂଘାତିକ ରୋଗ।

    ଫ୍ରିଜରେ ସିଧା ଥଣ୍ଡା ପାଣି ବାହର କରି ପିଇଲେ କେବଳ ଯେ ମେଦବହୁଳତା ବୃଦ୍ଧି ପାଇଥାଏ ତା’ ନୁହେଁ, ଏହାକୁ ବାଦ ଦେଲେ ଆହୁରି ବହୁ ରୋଗରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଅଚାନକ ଶରୀରର ତାପମାତ୍ରା ବଦଳୁଥିବାରୁ ବହୁତ କ୍ଷତି ହୋଇଥାଏ। ଅତ୍ୟଧିକ ଥଣ୍ଡା ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ପିଇବା ଦ୍ୱାରା ରକ୍ତ ନଳୀ ସଙ୍କୁଚିତ ହୋଇ ଯାଇଥାଏ। ଏପରି ସ୍ଥିତିରେ ଆମ ଶରୀର ପାଚନ ପ୍ରକ୍ରିୟା କରି ନ ପାରି ତାପମାତ୍ରକୁ ନିୟନ୍ତ୍ରଣ କରିବାକୁ ଲାଗିଥାଏ।

    ହୃଦଘାତ ଆଶଙ୍କା

    ଥଣ୍ଡା ପାଣି ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ଧିମା ଗତିରେ ଶରୀରରେ ପ୍ରବାହିତ ହେବା ସହ ଶୀରା ପ୍ରଶିରା ସଙ୍କୁଚିତ ହୋଇ ଯାଇଥାଏ। ଏପରିକି ନିୟମିତ ଭାବେ ଥଣ୍ଡା ପାଣି ପିଇବା ଦ୍ୱାରା ବେଳେ ବେଳେ ଶୀରା ପ୍ରଶିରା କଠୋର ହୋଇ ଯାଇଥାଏ। ଫଳରେ ଦୃଦଘାତର ଆଶଙ୍କା ବଢ଼ିଯାଏ ।

    ମେଦ ବହୁଳତା ବୃଦ୍ଧି

    ଥଣ୍ଡା ପାଣି ଅତ୍ୟଧିକ ପିଇଲେ ଚର୍ବି ଜମା ହୋଇ ଯାଇଥାଏ। ଏଥିସହ ଏହା ତରଳିବା କଷ୍ଟକର ହୋଇ ପଡ଼ିଥାଏ। ଏହାଦ୍ୱାରା ମୋଟାପଣ କମାଇବା ତଥା ଚର୍ବିକୁ ତରଳାଇବା କାଠିକର ପାଠ ହୋଇ ପଡ଼ିଥାଏ।

    ଯଦି ଆପଣ ନିଜ ମେହବହୁଳତା ହ୍ରାସ କରିବାକୁ ଚାହୁଁଛନ୍ତି ତା’ ହେଲେ ଥଣ୍ଡା ପାଣିକୁ ବାଏ ବାଏ କୁହନ୍ତୁ । ଆଉ ନର୍ମାଲ କିମ୍ବା ହାଲକା ଉଷୁମ ପାଣି ପିଇବା ଆରମ୍ଭ କରନ୍ତୁ।

    ପ୍ରଭାବିତ ହୁଏ ପାଚନ ପ୍ରକ୍ରିୟା

    ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ବଡ଼ ଅନ୍ତନଳୀ ସଙ୍କୁଚିତ ହେବାକୁ ଲାଗିଥାଏ। ଫଳରେ କବଜ ସମସ୍ୟା ଦେଖାଦିଏ । ପାଚନ ପ୍ରକ୍ରିୟା ଠିକ୍‌ ଭାବେ ନ ହୋଇ ପାରିଲେ ଗ୍ୟାସ୍‌ ଓ ଏସିଡିଟି ସମସ୍ୟା ଦେଖା ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    42 %
    0.9kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    41 °

    ସମ୍ବନ୍ଧିତ