Sunday, October 4, 2026
29.6 C
Odisha

    ବନ୍ଧୁତା ବିପଦରେ ପଡ଼ିବ! ଶେଖ ହସିନାଙ୍କ ମନ୍ତବ୍ୟ ନେଇ ଭାରତକୁ ବାଂଲାଦେଶର ଚେତାବନୀ

    ଆଗକୁ ପଢନ୍ତୁ

    ଢାକା: ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିକଟରେ ଦେଇଥିବା ମନ୍ତବ୍ୟକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ୍ ହୁସେନ୍ ବୁଧବାର ଭାରତୀୟ ଉଚ୍ଚ କମିଶନର ପ୍ରଣୟ ବର୍ମାଙ୍କୁ କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା କ୍ଷେତ୍ର ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଭଲ ନୁହେଁ। ଏହା ଦ୍ବାରା ବନ୍ଧୁତା ବିପଦରେ ପଡ଼ିବାର ଆଶଙ୍କା ରହିଛି ବୋଲି ଭାରତକୁ ବାଂଲାଦେଶ ଚେତାବନୀ ଦେଇଛି।

    ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ବୁଧବାର ଭାରତୀୟ ହାଇ କମିଶନରଙ୍କ ସୌଜନ୍ୟମୂଳକ ଡାକରା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବାସ୍ତବରେ, ନିକଟରେ ଭାରତରେ ଆଶ୍ରୟ ନେବା ପରେ ଆୱାମୀ ଲିଗ୍ ସଭାପତି ଶେଖ ହସିନା ଏକ ମନ୍ତବ୍ୟ ଦେଇଥିଲେ ଯେ ବାଂଲାଦେଶରେ ଛାତ୍ର ବିରୋଧ ପ୍ରଦର୍ଶନ ପଛରେ ଆମେରିକା ହାତ ଅଛି। ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

    ତେବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସାଜିବ ୱାଜେଦ ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଏଥି ସହିତ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ୍ ହୁସେନ୍ ଆଗାମୀ ଦିନରେ ଭାରତ ସହ ଅଧିକ ଲୋକକେନ୍ଦ୍ରିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶ ସୀମାରେ ହତ୍ୟା ବନ୍ଦ କରିବା, ତିସ୍ତା ନଦୀ ଜଳ ବଣ୍ଟନ ଚୁକ୍ତି ପୂରଣ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି।
    ଏହି ସମୟରେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ୍ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଘଟୁଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଥିବା ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବାଂଲାଦେଶ ଭାରତ ସହ ମିଶି କାମ କରିବାକୁ ଚାହୁଁଛି। ଏଥି ସହିତ ବୈଠକରେ ଉପଦେଷ୍ଟା ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ହାଇ କମିଶନରଙ୍କୁ ସୂଚନା ଦେଇଛନ୍ତି।

    ମହମ୍ମଦ ତାହିଦ୍ ହୁସେନ୍ କହିଛନ୍ତି ଯେ ଗତ ସପ୍ତାହରେ ଛାତ୍ର ନେତୃତ୍ୱାଧୀନ ଜନ ବିଦ୍ରୋହ ମାଧ୍ୟମରେ ବାଂଲାଦେଶ ଏହାର ଦ୍ୱିତୀୟ ସ୍ବାଧୀନତା ହାସଲ କରିଥିଲା। ଯେଉଁଥିରେ ଅସମାନତାକୁ ଦୂର କରିବା ପାଇଁ ଛାତ୍ର ତଥା ଲୋକମାନଙ୍କର ସ୍ୱର ଦମନକାରୀ ଶକ୍ତି ବିରୁଦ୍ଧରେ ବିଜୟୀ ହୋଇଥିଲା। ସେ ଭାରତୀୟ ରାଷ୍ଟ୍ରଦୂତ ପ୍ରଣୟ ବର୍ମାଙ୍କୁ କହିଛନ୍ତି ଯେ ଭେଦଭାବକାରୀ ଜନସେବା ନିଯୁକ୍ତି ପ୍ରକ୍ରିୟା ବିରୋଧରେ ଛାତ୍ର ଆନ୍ଦୋଳନ ଏକ ବୈପ୍ଳବିକ ସଂଗ୍ରାମରେ ପରିଣତ ହୋଇଥିଲା।

    ତାହିଦ୍ ହୁସେନ୍ କହିଛନ୍ତି ଯେ ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ୍ ଛାତ୍ର ଓ ଲୋକଙ୍କ ଅନୁରୋଧ କ୍ରମେ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ବ ଗ୍ରହଣ କରିବାକୁ ରାଜି ହୋଇଥିଲେ। ମଧ୍ୟବର୍ତ୍ତୀ ସରକାରଙ୍କ ସମ୍ମୁଖରେ ସବୁଠାରୁ ବଡ ଆହ୍ବାନ ହେଉଛି ଦେଶରେ ଖରାପ ହୋଇଥିବା ଆଇନ ଶୃଙ୍ଖଳା ଏବଂ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା। ତେବେ ସରକାର ଯୁବବର୍ଗମାନଙ୍କ ପ୍ରସଙ୍ଗରେ ସରକାର ବିଶେଷ କାର୍ଯ୍ୟ କରୁଛନ୍ତି।

    ଆଗାମୀ ଦିନରେ ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପରିବେଶ ସୃଷ୍ଟି କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ସମସ୍ତ ଧାର୍ମିକ ଓ ଜାତିର ସୁରକ୍ଷାକୁ ସରକାର ନିଶ୍ଚିତ କରୁଛନ୍ତି। ଏହା ସହିତ, ସେମାନଙ୍କ ବିରୋଧରେ କୌଣସି ପ୍ରକାର ହିଂସା କିମ୍ବା ଧମକକୁ ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି ସମସ୍ତ ଧାର୍ମିକ ଗୋଷ୍ଠୀ ଏବଂ ଅନ୍ୟ ରାଜନୈତିକ ଦଳ ମଧ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ