Monday, October 12, 2026
30 C
Odisha

    ପ୍ରଥମ ଥର ଶାରୀରିକ ସମ୍ପର୍କକୁ ସ୍ମୃତି କରିବାକୁ ଚାହୁଁଛନ୍ତି ତ, କରନ୍ତୁ ଏହି କାମ

    ଆଗକୁ ପଢନ୍ତୁ

    ଜୀବନରେ ପ୍ରଥମ ଥର କୌଣସି କାମ କଲାବେଳେ ସତର୍କତା ଅବଲମ୍ବନ କରିବାକୁ ପଡେ। ତା ମଧ୍ୟରେ ବି ଭୁଲ ହୋଇଯାଏ । ତେବେ ପ୍ରଥମଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ବେଳେ ଉଭୟ ମହିଳା ଓ ପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି କୁହାଯାଏ। ଉଭୟ ପୁରୁଷ ଓ ମହିଳା କୁମାରତ୍ୱ ହରାଇନଥିବାରୁ ସମ୍ପର୍କ ସ୍ଥାପନ ସମୟରେ ବେଳେବେଳେ ରକ୍ତସ୍ରାବ ମଧ୍ୟ ହୋଇଥାଏ। ପ୍ରଥମେ ପ୍ରଥମେ କଷ୍ଟ ହେଉଥିବା ବେଳେ କିଛି ସମୟ ପରେ ତାହା ଉଭୟଙ୍କୁ ସନ୍ତୁଷ୍ଟି ଦେଇଥାଏ। ତେବେ ଯଦି କିଛି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବେ ତେବେ ଆପଣଙ୍କ ପ୍ରଥମ ଅନୁଭୂତି ସବୁଦିନ ପାଇଁ ମନେ ରହିବ।

    1- ନର୍ମାଲ ରୁହନ୍ତୁ: ପ୍ରଥମ ଥର ପାଇଁ ଯୌନ ସମ୍ପର୍କ ସ୍ଥାପନ ବେଳେ ଖାସ୍‌ କରି ମହିଳାଙ୍କୁ ଅଧିକ ପୀଡ଼ା ହୋଇଥାଏ ଭାବି ସେମାନେ ନିଜ ମାଂସପେଶୀକୁ ଆବଶ୍ୟକତାରୁ ଅଧିକ ଟାଇଟ୍‌ କରି ଦେଇଥାନ୍ତି। ଫଳରେ ପୂରା ପ୍ରକ୍ରିୟା ତାଙ୍କୁ କଷ୍ଟ ଦେଇଥାଏ। ଏଣୁ ପ୍ରଥମ ଥର ପାଇଁ ସମ୍ଭୋଗ କରିବା ବେଳେ ମାଂସପେଶୀକୁ ନର୍ମାଲ ରଖି ରିଲାକ୍ସ ରୁହନ୍ତୁ।
    2- ମନ ପସନ୍ଦର ଜାଗା ବାଛନ୍ତୁ: ପ୍ରଥମ ଥର ସମ୍ପର୍କ ସ୍ଥାପନ ପାଇଁ ସବୁବେଳେ ଏମିତି ଜାଗା ଚୟନ କରନ୍ତୁ ଯେଉଁଠାରେ ଉଭୟେ କମଫର୍ଟେବଲ୍‌ ଥିବେ। କାରଣ ମନ ବିବ୍ରତ ଥିଲେ ଆପଣ ପ୍ରଥମ ସ୍ପର୍ଶର ମଜା ନେଇ ପାରିବେ ନାହିଁ। ମନ ଶାନ୍ତ ରହିଲେ ହିଁ ଆପଣ ସାଥୀଙ୍କ ସହ ଅଧିକ ମିଶି ପାରିବେ ଫଳରେ କଷ୍ଟ ହେବ ନାହିଁ।
    3- ଲୁବ୍ରିକାଣ୍ଟ ବ୍ୟବହାର କରନ୍ତୁ: କୁମାରୀତ୍ୱ ହରାଇ ନଥିବାରୁ ମହିଳାମାନେ ଏ ଅବସରରେ ଅଧିକ କଷ୍ଟ ପାଇଥାନ୍ତି। ଏଭଳି ପରିସ୍ଥିତିରେ ଆପଣ କିଛି ଲୁବ୍ରିକାଣ୍ଟ ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ନିଜ ମନ ପସନ୍ଦ ଫ୍ଳେଭରର କ୍ରିମ୍‌ କିମ୍ବା ତେଲ ମଧ୍ୟ ବ୍ୟବହାର କରିପାରିବେ।
    4- ପ୍ରଥମେ ରୋମାଣ୍ଟିକ୍‌ ଆକ୍ଟ କରନ୍ତୁ: ସିଧାସଳଖ ପାର୍ଟନରଙ୍କ ସହ ସମ୍ପର୍କ ସ୍ଥାପନ କଲେ ଅଧିକ କଷ୍ଟ ହୋଇଥାଏ। ଏଣୁ ସମ୍ବନ୍ଧ ବନାଇବା ପୂର୍ବରୁ କିଛି ରୋମାଣ୍ଟିକ୍‌ କରନ୍ତୁ ଯାହା ଦ୍ୱାରା ପାର୍ଟନରଙ୍କ ଇଚ୍ଛା ଆପଣଙ୍କ ପ୍ରତି ସମ୍ପର୍କ ରଖିବାକୁ ବଢ଼ିବ। ମହିଳାମାନେ ଉତ୍ତେଜିତ ହେଲେ ଶରୀରରୁ ହରମୋନ୍‌ କ୍ଷରିତ ହୋଇଥାଏ। ଯାହା ଆପଣଙ୍କୁ ସୁବିଧାରେ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ