Sunday, October 18, 2026
21.4 C
Odisha

    ଟ୍ରାକ୍ଟର ସହ ପିଟି ହେଲା ଦ୍ରୁତଗାମୀ କାର୍, ଚାଲିଗଲା ୪ ଜୀବନ

    ଆଗକୁ ପଢନ୍ତୁ

    ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରାକ୍ଟର ସହ ପିଟି ହୋଇଛି ଦ୍ରୁତଗାମୀ କାର୍। ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।୪ ମୃତକ ଖଡ଼ିଆଳ ଅଞ୍ଚର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଖଡ଼ିଆଳ ସହରର ଶୁଭମ ମହାନ୍ତି, ଦେବେନ୍ଦ୍ର ସିଂ ଲାଲ, ରିଷି ସାହୁ ଏବଂ ଗୋଇମୁଣ୍ଡି ଗାଁଁର ଦେବରାଜ ପଟେଲ ବୋଲି ଜଣାପଡ଼ିଛି।
    ମିଳିଥିବା ସୂଚନା ଅନୁସାରେ ମୃତକ ରିଷି ସାହୁଙ୍କ ବଡ଼ ଭାଇର ଜନ୍ମ ଦିନ ଭୋଜି ଖାଇ ସାରି କୌଣସି କାମ ପାଇଁ ଗତକାଲି ରାତ୍ରରେ ଏକ ଟାଟା ଟିଆଗୋ କାରରେ ଯାଉଥିବା ସମୟରେ ଲଛିପୁର ଗାଁଁ ନିକଟରେ ଭରସାମ୍ୟ ହରାଇ ପ୍ରଥମେ ଏକ ଟ୍ରାକଟରକୁ ପଛପଟୁ ଧକ୍କା ଦେଇଥିଲା ପରେ ପଛପଟୁ ଯାଉଥିବା ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଖଣ୍ଡ ବିଖଣ୍ଡିତ ହେବା ସହ ଟ୍ରାକଟର ପଛ ଚକ ଅଲଗା ହୋଇ ଯାଇଥିଲା। ଏଣେ କାରରେ ଥିବା ସମସ୍ତଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତାସହ ଟ୍ରାକ୍ଟରର ଡ୍ରାଇଭରଙ୍କ ସମେତ ଅନ୍ୟ ଚାରିଜଣ ଆହତ ହୋଇ ଥିବା ଜଣାପଡ଼ିଛି। ଖବର ପାଇଁ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀର ସହାୟତାରେ ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ