Sunday, October 4, 2026
28.6 C
Odisha

    ସିଙ୍ଗଡ଼ାରୁ ବାହାରିଲା ବେଙ୍ଗର ଗୋଡ଼, ଭାଇରାଲ ହେଲା ଭିଡିଓ

    ଆଗକୁ ପଢନ୍ତୁ

    ଗାଜିଆବାଦ: ସିଙ୍ଗଡ଼ା ଭିତରୁ ବାହାରିଲା ବେଙ୍ଗର ଗୋଡ଼ । ଏକ ମିଠା ଦୋକାନରେ ବିକ୍ରି ହେଉଥିବା ସିଙ୍ଗଡ଼ାରୁ ବେଙ୍ଗ ଗୋଡ଼ ମିଳିଥିବା ଜଣାଯାଇଛି। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ଏହି ଘଟଣା। ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଖାଦ୍ୟ ସୁରକ୍ଷାକୁ ନେଇ ଅନେକ ବିବାଦ ହୋଇଥିଲେ ବି ଲୋକେ ପରିଷ୍କାର ଭାବେ ଖ‌ାଦ୍ୟ ତିଆରି କରିବାରେ ବିଫଳ ହେଉଛନ୍ତି, ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଘଟଣା ପରେ ପୁଲିସ ମିଠା ଦୋକାନୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏକ୍ସରେ ଜଣେ ଯୁବକ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ବେଙ୍ଗର ଗୋଡ଼ ଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରଥମେ ସିଙ୍ଗଡା ଦେଖାଇବା ସହ ପରେ ବିକାନେର ସୁଇଟ୍ସ ଦୋକାନର ସାମ୍ନା ଦେଖାଯାଉଛି। ଏହା ପରେ କିଛି ଲୋକ ଦୋକାନ ଭିତରକୁ ପଶି ବେଙ୍ଗ ଗୋଡ଼ ବାହାରିଥିବା ସିଙ୍ଗଡ଼ା ‌ଦୋକାନୀଙ୍କୁ ଦେଖାଇ ପାଟି କରିବା ଆରମ୍ଭ କରୁଛନ୍ତି। କିଛି ଲୋକ ପୁଲିସକୁ ଫୋନ କର ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ