Tuesday, June 30, 2026
25 C
Odisha

    ହଟିଲା ପେଟ୍ରୋଲ-ଡିଜେଲ୍ କଟକଣା ; ଜୁଲାଇ ୧ରୁ ଆଉ ନାହିଁ ୨୦୦ ଲିଟର ସୀମା

    ଆଗକୁ ପଢନ୍ତୁ

    ହଟିଲା ପେଟ୍ରୋଲ-ଡିଜେଲ୍ କଟକଣା । ଜୁଲାଇ ୧ ଅର୍ଥାତ୍ ଆସନ୍ତାକାଲିଠୁ ପେଟ୍ରୋଲ ଏବଂ ଡିଜେଲ କିଣିବା ନିୟମ କଟକଣା ସ୍ବାଭାବିକ ହେବ । ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି ପାଇଁ ତେଲ କିଣିବା ଉପରେ ଲାଗିଥିବା ୨୦୦ ଲିଟରର ସର୍ବାଧିକ ସୀମାକୁ ହଟାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ ଜୁଲାଇ ୧ ତାରିଖରୁ ଲାଗୁ ହେବ। ଗତ ଜୁନ୍ ୧୨ ତାରିଖରେ ସରକାର ନିର୍ଦ୍ଦେଶ ଜାରି କରି ରିଟେଲ ପେଟ୍ରୋଲ ପମ୍ପରୁ ଗୋଟିଏ ଗାଡ଼ି ପାଇଁ ଦିନକୁ ସର୍ବାଧିକ ୨୦୦ ଲିଟର ତେଲ ମିଳିବାର ସୀମା ଧାର୍ଯ୍ୟ କରିଥିଲେ । ଏହା ଯୋଗୁଁ ବଡ଼ ବାହନ ମାଲିକ ଓ ଟ୍ରକ୍ ଚାଳକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏବେ ବଜାର ସ୍ଥିତି ସୁଧୁରିବା ପରେ, ଜୁଲାଇ ୧ରୁ ଏହି ପ୍ରତିବନ୍ଧକ ସମ୍ପୂର୍ଣ୍ଣ ହଟିଯିବ ଏବଂ ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ତେଲ କିଣିପାରିବେ । ଏହାଦ୍ୱାରା ଦୂରଗାମୀ ଗାଡ଼ି ଏବଂ ଟ୍ରାନ୍ସପୋର୍ଟ ବ୍ୟବସାୟୀମାନଙ୍କୁ ସବୁଠାରୁ ବଡ଼ ଆଶ୍ୱସ୍ତି ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25 ° C
    25 °
    25 °
    94 %
    1.1kmh
    100 %
    Tue
    28 °
    Wed
    32 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ