Tuesday, September 29, 2026
23.6 C
Odisha

    ରାଜ୍ୟରେ ପୁଣି ମିଳିବ ଗହମ

    ଆଗକୁ ପଢନ୍ତୁ

    ରାଜ୍ୟରେ ପୁଣି ମିଳିବ ଗହମ। ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ। ଅକ୍ଟୋବର ମାସରୁ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବ ସରକାର ଗହମ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ମନା କରିଥିଲେ। ବର୍ତ୍ତମାନ୍ ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରଖି କେନ୍ଦ୍ର ସରକାର ୨୦ ପ୍ରତିଶତ ଗହମ ଦେବାକୁ ରାଜି ହୋଇଛନ୍ତି।

    ଗୋଟିଏ ପରିବାରକୁ କୋଟାର ୨୦ ପ୍ରତିଶତ ଗହମ ଦିଆଯିବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ନିଜ ଇଚ୍ଛାରେ ଅଧିକ ଗହମ ନେବାକୁ ଚାହିଁଲେ ସେ ବାବଦରେ ଅଧିକାରୀ ବିଚାର କରି ନିଷ୍ପତ୍ତି ନେବେ।

    ସେହିପରି ରାସନ କାର୍ଡ E-KYC କୁ ନେଇ କହିଛନ୍ତି ଯେ, ବର୍ତ୍ତମାନ ଚାଲୁରହିଛି E KYC ପ୍ରକ୍ରିୟା । ପ୍ରଯ୍ୟାପ୍ତ ସମୟ ଦିଆଯାଇଛି । E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ ।ପ୍ରକ୍ରିୟା ସରିଲା ପରେ ଅଯୋଗ୍ୟ ଜାଣିହେବ। ଆଧାରକାର୍ଡ଼ ନଥିଲେ ମିଳିବନି ରାସନକାର୍ଡ। ଯେଉଁମାନଙ୍କ ଆଧାରକାର୍ଡ ନାହିଁ ସେମାନେ ଆଧାରକାର୍ଡ଼ କରିବା ପରେ ସାମିଲ ହେବେ । ସେହିପରି ବିଭିନ୍ନ ରାଜ୍ୟରେ ବନ୍ୟା ଯୋଗୁଁ ପିଆଜ ଦର ବଢ଼ିଛି। ନାଫେଡ ଜରିଆରେ ଲୋକଙ୍କୁ କିଛି ସ୍ଥାନରେ ସୁଲଭ ଦରରେ ପିଆଜ ଯୋଗାଇ ଦିଆଯାଇଛି। ଅଧିକ ସ୍ଥାନରେ ସୁଲଭ ଦରରେ ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ