Tuesday, September 8, 2026
26.4 C
Odisha

    ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ମୁମ୍ବାଇରେ ୪, ଥାଣେରେ ୩ ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ମୁମ୍ବାଇ:  ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଏବଂ ମୁମ୍ବାଇ ସହର‌େର  ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ସହରର ଅଧିକାଂଶ ଅଂଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି।   ଆଇଏମ୍‌ଡି ପକ୍ଷରୁ  ଆଜି ରେଡ୍‌ ଆଲର୍ଟ ଜାରି ହୋଇଥିବା ବେଳେ  ପ୍ରବଳ ବର୍ଷା ଯୋଗୁଁ ଅନ୍ଧେରୀରେ ଜଣେ ମହିଳା ମୁକୁଳା ଡ୍ରେନ୍‌ରେ ଖସିପଡ଼ି ପ୍ରାଣ ହରାଇଛନ୍ତି।  ତାଙ୍କୁ  ହସ୍ପିଟାଲ୍‌ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି।  ମୃତକଙ୍କ ନାଁ ବିମଳ ଅନୀଲ ଗାଏକ୍ବାଡ। ସେହିପରି ରାୟଗଡ଼‌ରେ ଜଣେ ମହିଳାଙ୍କର ଜଳପ୍ରପାତରେ ବୁଡ଼ି ମୃତ୍ୟୁ ହୋଇଥିବା ବେଳେ କଲ୍ୟାଣରେ ୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି।

    ଥାଣେ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୃଥକ ଘଟଣାରେ ୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି।  ମୁମ୍ବାଇରେ ଜଳବନ୍ଦୀ ସ୍ଥିତି ଯୋଗୁଁ ଅନେକ ଅଂଚଳର ପରିବହନ ଠପ୍‌ ହୋଇଯାଇଛି। କିଛି ସ୍ଥାନରେ ଅଣ୍ଟା‌ଏ ଉଚ୍ଚା ପାଣି ଜମା ହୋଇଛି।  ଅଧିକାଂଶ ଅଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି।  ବିଏମ୍‌ସି ପକ୍ଷରୁ ଆଜି ମୁମ୍ବାଇରେ ସମସ୍ତ ସ୍କୁଲ୍‌ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି।  ଆବଶ୍ୟକ ସ୍ଥଳେ ଜଳବନ୍ଦୀ ଯୋଗୁଁ ଅଧିକ ବିପଦ ଆଶଙ୍କା ଥିବା ଅଂଚଳର ଲୋକମାନଙ୍କୁ ଘର ଛାଡ଼ିବାପାଇଁ କୁହାଯାଇଛି। ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।  ବର୍ଷା ଯୋଗୁଁ ରେଳ ସେବାରେ ମଧ୍ୟ ଗୁରୁତର ବାଧା ଉପୁଜିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ