Saturday, October 10, 2026
23.6 C
Odisha

    ଗଞ୍ଜାମ ଜିଲ୍ଲା ମଧ୍ୟ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସଜାଗ ହୋଇ ରହିଛି: ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଛତ୍ରପୁର: ରାଜ୍ୟରେ କଡ଼ ଲେଉଟାଇଲାଣି ମହାମାରୀ କରୋନା। ଏଣୁ କରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ବିଭାଗରୁ ଉଦ୍ୟମ ଆରମ୍ଭ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ମଧ୍ୟ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସଜାଗ ହୋଇ ରହିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଏନେଇ ଆଜି ସୂଚନା ଦେଇଛି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା କହିଛନ୍ତି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ସେଭଳି କିଛି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ, ଏଣୁ କେହି ଭୟଭୀତ ହେବା ଆବଶ୍ୟକ ନାହିଁ । ସରକାରଙ୍କ ପକ୍ଷରୁ ଆସିଥିବା ନିୟମାବଳୀକୁ ସମସ୍ତେ ମାନିବା ସହିତ ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଓ ସଚେତନ ରହିବା। ପ୍ରଶାସନ ପକ୍ଷରୁ ଏହାର ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଏଣୁ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଯଦି ଆବଶ୍ୟକ ପଡ଼େ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟେଷ୍ଟିଙ୍ଗ ସେଣ୍ଟର ଖୋଲାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ