Thursday, October 15, 2026
28.2 C
Odisha

    ସାପ୍ତାହିକ ହାଟ ସାରି ଘରକୁ ଫେରୁଥିଲେ ଯୁବକ, ହାତୀ ହାବୁଡ଼ରେ ପଡ଼ି ଜୀବନ ହରାଇଲେ

    ଆଗକୁ ପଢନ୍ତୁ

    ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନ ହରିଡାଯୋଡ଼ି ଗ୍ରାମରେ ହାତୀ ହାବୁଡ଼ରେ ପଡ଼ି ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ମିଥୁନ ମୁଣ୍ଡା (୪୦)। ସେ ସାପ୍ତାହିକ ହାଟ ସାରି ଜଙ୍ଗଲିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ହରାଇଥିବା କୁହାଯାଉଛି।

    ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ଆଠଟା ସମୟରେ ଉକ୍ତ ଗ୍ରାମର ମିଥୁନ ମୁଣ୍ଡା, ଶୁକୁଲାଲ ମୁଣ୍ଡା, ରାଜେନ୍ଦ୍ର ମୁଣ୍ଡା, ଗୋବିନ୍ଦ ମୁଣ୍ଡା ସାପ୍ତାହିକ ହାଟ ସାରି ନିଜ ଘରକୁ ଜଙ୍ଗଲିଆ ରାସ୍ତାରେ ଫେରୁଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ି ଅନ୍ୟ ତିନି ଜଣ ଦୈଡି ପଳାଇଥିଲେ। ଏହି ସମୟରେ ମିଥୁନ କୁଆଡେ଼ ଯାଇନପାରି ହାତୀପଲ ହାବୁଡରେ ପଡ଼ି ଆକ୍ରମଣର ଶିକାର ହୋଇଥିଲେ। ତେବେ ବୁଧବାର ସକାଳେ ତାଙ୍କ ମୃତୁ ଖବର ଜାଣିବା ପରେ ଘଟଣାସ୍ଥଳକୁ ବନ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ