Tuesday, November 11, 2025
26.2 C
Odisha

    ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ , ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ

    ଆଗକୁ ପଢନ୍ତୁ

    ଖୁବଶୀଘ୍ର ସାଧାରଣ ନିର୍ବାଚନ ନେଇ ଘୋଷଣା ହୋଇପାରେ ତାରିଖ । ଆସନ୍ତା ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ୨୦୧୯ ଭଳି ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏବେ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରୁଛନ୍ତି । ସମସ୍ତ ରାଜ୍ୟ ଗସ୍ତ ପରେ ନିର୍ବାଚନ ନେଇ ତାରିଖ ଘୋଷଣା ହେବ । ଏବେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସ୍ତୁତିରେ ସ୍ଥିତି ପରଖିଛନ୍ତି । ଏହାପରେ ଟିମ୍ ଉତ୍ତରପ୍ରଦେଶ ଓ ଜମ୍ମୁ-କାଶ୍ମୀର ଗସ୍ତ କରିବ । ମିଳିଥିବା ସୂଚନା ମୁତାବକ, ୧୩ ଜାନୁଆରୀ ସୁଦ୍ଧା ନିର୍ବାଚନ ଆୟୋଗ ନିର୍ବାଚନ ପ୍ରସ୍ତୁତିର ଆକଳନ କରି ରାଜ୍ୟ ଗସ୍ତ ଶେଷ କରିବେ । ଏହାପରେ ସାଧାରଣ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.2 ° C
    26.2 °
    26.2 °
    39 %
    3.1kmh
    0 %
    Tue
    26 °
    Wed
    25 °
    Thu
    25 °
    Fri
    25 °
    Sat
    26 °

    ସମ୍ବନ୍ଧିତ