Saturday, January 18, 2025
26 C
Odisha

    ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ’

    ଆଗକୁ ପଢନ୍ତୁ

    ପୁରୀ: ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଖବର ପ୍ରସାରିତ ହେଲା ପରେ କିଛି ଦିନ ହେଲା ହିନ୍ଦୁ ଧର୍ମାବଳମ୍ବୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଏହି ଖବରକୁ ନେଇ ‌ଭାରତରେ ଚର୍ଚ୍ଚା ହେଉଛି। ଘଟଣା ସତ କି ଗୁଜବ ସେନେଇ ତଦନ୍ତ ଜାରି ରହିଥିବା ବେଳେ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଙ୍ଗଳବାର ବଡ ବୟାନ ଦେଇଛନ୍ତି।

    ପୁରୀ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ କହିବା ଅନୁସାରେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥ‌ିବା ସମ୍ଭାବନା ରହିଛି। ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ। ଏନେଇ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥୁବା ଘିଅକୁ ଫୁଡ୍ ସେଫ୍ଟ ଅଫିସରଙ୍କ ଦ୍ବାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    22 %
    2.6kmh
    70 %
    Sat
    28 °
    Sun
    30 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ