Monday, October 19, 2026
21.9 C
Odisha

    ଏଥର ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ୱ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜଗତଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ପାଇଁ ପୀଠ ଓ ମଣ୍ଡପରେ ଜୋରଦାର ପ୍ରସ୍ତୁତି ‌ଚାଲିଛି। ଦେବୀ ମନ୍ଦିରଗୁଡ଼ିକ ସାଜସଜ୍ଜା ଚାଲିଥିବା ବେଳେ ପୂଜାମଣ୍ଡପ ‌କାମ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ବରରେ ପରିଚାଳିତ ହେବଥିବା ଦୁର୍ଗାପୂଜା ସ୍ଥଳୀକୁ ଆକର୍ଷଣୀୟ ଭାବେ ସଜ୍ଜୀକରଣ କରାଯାଉଛି। ଦୁର୍ଗାପୂଜା ପାଇଁ ପୂଜାକମିଟିକି ଗୁଡ଼ିକ ଓ ପୁଲିସ କମିସନର ନିଜନିଜ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହାରି ମଧ୍ୟରେ କମିସନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି।

    ପୁଲିସ କମିସନର ସଂଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏଥର ଦୁର୍ଗାପୂଜାରେ ଡିଜେକୁ ବାରଣ କରାଯାଇଛି। ଡିଜେ, ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ବ ଦିଆଯାଇଛି। ତା ସହିତ ପୂଜା କମିଟି ମଧ୍ୟ ବଟି ମାଗିଲେ ସଂପୃକ୍ତ ବ୍ୟକ୍ତି ବନ୍ଧା ହେବେ। ପୂଜା ମଣ୍ଡପରେ ମେଲୋଡି କାର୍ଯ୍ୟକ୍ରମ ରାତି ୧୨ଟା ଯାଏଁ ଚାଲିପାରିବ। କିନ୍ତୁ ରାବଣ ପୋଡିରେ ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି।

    ସୂଚନାଯୋଗ୍ୟ ଯେ, ମା’ଙ୍କର ଷୋଳପୂଜା ଆଜିଠୁ ଆରମ୍ଭ ହୋଇଯାଇଛି। ସପ୍ତମୀ ପୂଜା ଅକ୍ଟୋବର ୧୦ ପାଳିତ ହେବ। ସାର୍ବଜନୀନ ଦଶହରା ଅକ୍ଟୋବର ୧୩ ତାରିଖରେ ପାଳନ କରାଯିବ। ଦଶହରାକୁ ଦୃଷ୍ଟିରେ ରଖି ପୂଜାକମିଟିଗୁଡ଼ିକ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ରାଜଧାନୀ ଭୁବନେଶ୍ବରରେ ଏଥର ୧୭୧ଟି ସ୍ଥାନରେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ। ପୂର୍ବବର୍ଷ ଭଳି ଧୁମଧାମରେ ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡିଛି ପ୍ରଶାସନା ଟ୍ରାଫିକ। ଲ ଆଣ୍ଡ ଅର୍ଡର, ପୁଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ।

    ସେହିପରି ବିନା ରସାୟନିକ ପଦାର୍ଥ ଓ ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି ନିଷ୍ପତ୍ତି ନେଇଛନ୍ତି। ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥ‌ିବା ମେଲୋଡି କାର୍ଯ୍ୟକ୍ରମ ୧୦ଟା ପରିବର୍ତ୍ତେ ୧୨ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣକୁ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି। ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି। ଅବକାରୀ ବିଭାଗକୁ ଚୋରା ମଦ କାରବାର ରୋକିବାକୁ ନିର୍ଦ୍ଦେଶ ସମନ୍ବୟ ବୈଠକରେ ମତ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ