Sunday, October 4, 2026
28.6 C
Odisha

    ୩ ଘଣ୍ଟା ନୃତ୍ୟ ପ୍ରଦର୍ଶନ କରି ସଂଗ୍ରହ କରିଥିବା ଅର୍ଥଙ୍କୁ କେରଳ ସରକାରଙ୍କୁ ଦେଲେ ୧୩ ବର୍ଷୀୟା ବାଳିକା

    ଆଗକୁ ପଢନ୍ତୁ

    ଚେନ୍ନାଇ: ତାମିଲନାଡୁର ଜଣେ ୧୩ ବର୍ଷର ବାଳିକା ତିନି ଘଣ୍ଟା ଧରି ଭାରତନାଟ୍ୟମ୍ କରି କେରଳର ୱାୟାନାଡରେ ହୋଇଥିବା ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ‌ସେହି ନାବାଳିକାଙ୍କ ନାମ ହରିଣୀ ଶ୍ରୀ। ସେ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରି ‌ସଂଗ୍ରହ କରିଥିବା ୧୫ ହଜାର ଟଙ୍କ‌ାକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଭେଟି ପ୍ରଦାନ କରିଛନ୍ତି। ସେ ତାଙ୍କ ନୃତ୍ୟର ଭିଡିଓ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ ଓ ମୁଖ୍ୟମନ୍ତ୍ରୀ ତାହାକୁ ଦେଖି ହରିଣୀ ଶ୍ରୀଙ୍କୁ ଆଶିର୍ବାଦେ ଦେଇଥିଲେ। ତାମିଲନାଡୁର ୧୩ ବର୍ଷର ଏହି ବାଳିକା ହରିଣୀ ଶ୍ରୀ ପାଣ୍ଠି ସଂଗ୍ରହ ପାଇଁ ସିଧା ତିନି ଘଣ୍ଟା ପାଇଁ ନିଜର ପ୍ରତିଭା ଦେଖାଇଥିଲେ। ସେ ନରହିକି ପୂରା ୩ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍ ପ୍ରଦର୍ଶନ କରିଥିଲେ। ସେ ନିଜ ସଞ୍ଚୟ ସମେତ ସଂଗ୍ରହ ହୋଇଥିବା ୧୫,୦୦୦ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରିଥିବା କେରଳ ସରକାର ଟ୍ବିଟ୍‌ କରି ଜଣାଇଛନ୍ତି।

    ଗତ ମାସରେ ୱାୟାନାଡରେ ହୋଇଥିବା ଭୂସ୍ଖଳନ ଯୋଗୁଁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାମିଲନାଡୁ ସମେତ ଅନେକ ସ୍ଥାନରେ ଏବେ ସମୂହ ପାଣ୍ଠି ଯୋଗାଡ଼ କରାଯାଉଛି। ଏଥିରେ କୁନି ଝିଅ ହରିଣୀ ନିଜ ପ୍ରତିଭା ଦେଖାଇ ‌ଲୋକଙ୍କ ମନ ଜିିଣିଛନ୍ତି।

    ଜୁଲାଇ ୩୦ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ୱାୟାନାଡରେ ଭୂସ୍ଖଳନ ଘଟି ଅନେକ ମୃତାହାତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ବିପର୍ଯ୍ୟୟରେ ୪୧୭ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ