Sunday, October 4, 2026
28.6 C
Odisha

    ଦିଲ୍ଲୀର ଅନେକ ଅଞ୍ଚଳରେ ଆଇଡି ବିସ୍ଫୋରଣର ପରୀକ୍ଷା କରିଥିବା ଆତଙ୍କବାଦୀ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲକୁ ମିଳିଲା ବଡ଼ ସଫଳତା। ପୁଣେ ଆଇଏସ୍ଆଇଏସ୍ ମଡ୍ୟୁଲ୍ ସହ ଜଡ଼ିତ ଆତଙ୍କବାଦୀ ରିଜୱାନଙ୍କୁ ଗିରଫ କଲା ପୁଲିସ। ପୁଲିସ ଗିରଫ କରିଥିବା ଆତଙ୍କବାଦୀ ରିଜୱାନ ଉପରେ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା। ରିଜୱାନ ଏନଆଇଏର ୱାଣ୍ଟେଡ ତାଲିକାରେ ଥିବା ବେଳେ ସେ ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

    ସୂଚନା ମୁତାବକ, ଗୁରୁବାର ଦିନ ଏନଆଇଏକୁ ଆତଙ୍କବାଦୀ ରିଜୱାନ ଅଲି ବିଷୟରେ ସୂଚନା ମିଳିଥିଲା। ରିଜୱାନ ​​ବାୟୋଡାଇଭରସିଟି ପାର୍କ, ଗଙ୍ଗା ବକ୍ସ ମାର୍ଗକୁ ରାତିରେ ଆସିବାକୁ ଯାଉଥିବା ନେଇ ଏନଆଇଲକୁ ସୂଚନା ମିଳିବା ପରେ ତାକୁ ଗିରଫ କରିବା ପାଇଁ ଜାଲ ବିଛାଯାଇଥିଲା ଏବଂ ରାତି ପ୍ରାୟ ୧୧ଟା ବେଳେ ତାକୁ ଗିରଫ କରାଯାଇଥିଲା। ଗିରଫ ପରେ ତା’ଠାରୁ .୩୦ ବୋର ଷ୍ଟାର ପିସ୍ତଲ, ୩ଟି କାର୍ଟ୍ରିଜ୍ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

    କୁହାଯାଉଛି ଯେ, ଏନଆଇଏ ୟୁଏପିଏ ଅଧୀନରେ ରିଜୱାନ୍ ଅଲିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ​​ଏବଂ ତାଙ୍କ ବିଷୟ‌ରେ ସୂଚନା ଦେଲେ ୩ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଥିଲା ​। ଏଥି ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ମଧ୍ୟ ରିଜୱାନ ବିରୋଧରେ ୟୁଏପିଏ ଅନୁଯାୟୀ ମାମଲା ରୁଜୁ କରିଥିଲା।

    ରିଜୱାନ୍ ହେଉଛି ପୁଣେ ଆଇଏସ୍ଆଇଏସ୍ ମଡ୍ୟୁଲର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ। ପୁଣେ ମଡ୍ୟୁଲର ଅନେକ ଆତଙ୍କବାଦୀଙ୍କୁ ପୁଣେ ପୁଲିସ ଏବଂ ଏନଆଇଏ ଗିରଫ କରିଛି। କିନ୍ତୁ ରିଜୱାନ କିଛି ଦିନ ହେଲାଣି ଫେରାର ଥିଲା। ତାକୁ ଗିରଫ କରିବା ପାଇଁ ଏନଆଇଏ ଅନେକ ସଂଘର୍ଷ କରିବା ପରେ ଗୁରୁବାର ରାତିରେ ତାକୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ