Sunday, October 4, 2026
28.6 C
Odisha

    ସ୍କୁଟି ଆରୋହୀ ଯୁକ୍ତ ୨ ଛାତ୍ରୀଙ୍କ ହାଇୱା ଧକ୍କାରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ହାଇୱା ଚାଳକଙ୍କ ବେପରୁଆ ଡ୍ରାଇଭିଂ ଯୋଗୁଁ ଜଣେ ଯୁକ୍ତ ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ନମିତା ବେହେରା (୧୭)। ତାଙ୍କ ବାପା ସାମନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅର୍ନ୍ତଗତ ଶଶ ଗ୍ରାମର ନମିତା ବେହେରା ରାଇରଙ୍ଗପୁର ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିଲେ। ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ନମିତା ତାଙ୍କ ବାପାଙ୍କ ସହିତ ସ୍କୁଟି (ଜେଏଚ୍ ୦୫ଏଏକ୍ସ ୮୫୭୭)ରେ କ୍ଲାସ ଯାଉଥିବା ସମୟରେ ବହଳଦା ଥାନା ଅର୍ନ୍ତଗତ କାଦୁଆଣୀ ନିକଟସ୍ଥ ଭୁରୁଷା ଗ୍ରାମ ନିକଟରେ ଏକ ହାଇୱା ଓଡି-୧୧ଇ-୭୦୧୮ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ନମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଛିଟିକି ପଡି ସାମାନ୍ୟ ଆହତ ହୋଇଥିଲେ।

    ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଉତ୍ୟକ୍ତ ଲୋକେ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ବହଳଦା ପୁଲିସ ପହଂଚି ଏବଂ ଗାଡି ମାଲିକ ପହଂଚି ବୁଝାସୁଝା କରିବା ସହିତ କ୍ଷତି ପୂରଣ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିବା ସହିତ ଶବକୁ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ପଠାଯାଇଛି। ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଉଭୟ ଯାନକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ନମିତାଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ