Sunday, September 13, 2026
28.7 C
Odisha

    ସର୍ବନିମ୍ନ ମଜୁରି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିଷ୍ଠା ହେବ ଓଡ଼ିଆ ଅସ୍ମିତା ଭବନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସରିଲା ଦ୍ବିତୀୟ କ୍ୟାବିନେଟ୍। ୫ଟି ପ୍ରସ୍ତାବରେ ବାଜିଲା ମୋହର। ତିନି ଘଣ୍ଟାର ବୈଠକ ପରେ ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବନିମ୍ନ ମଜୁରି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ବନିମ୍ନ ମଜୁରି ସଂଶୋଧିତ ହୋଇଛି। ସର୍ବନିମ୍ନ ମଜୁରୀ ୩୫୨ଟଙ୍କା ଥିଲା। ଏହାକୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଦ୍ଧ କୁଶଳୀଙ୍କର ମଜୁରି ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି, କୁଶଳୀମାନଙ୍କର ୫୦୦ ଓ ଉଚ୍ଚ କୁଶଳୀଙ୍କ ମଜୁରି ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ଦିଆଯିବ। ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ ହୋଇଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ। ବାଲିଯାତ୍ରାକୁ ଆନ୍ତର୍ଜାତୀୟ ଉତ୍ସବ ମାନ୍ୟତା ଦିଆଯିବ। ଏଣେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ୧୮୭୮୮ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏମାନଙ୍କୁ ନିଯୁକ୍ତି ଦିଆଯିବ।

    ଏଣେ ଅଚଳ ଓ ସଚଳ ଜଳସେଚନ ପ୍ରକଳ୍ପର ଦୃଢୀକରଣ କରାଯିବ। ସେହିପରି ପିଏମ କିସାନ ଯୋଜନାରେ ୬ ଲକ୍ଷ ନୂତନ କୃଷକଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏମାନେ ପୂର୍ବ ସରକାର ସମୟରେ ପିଏମ କିସାନ ଯୋଜନାରୁ ବଞ୍ଚିତ କରିଥିଲେ। ପିଏମ କିସାନରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ