Monday, September 14, 2026
25.9 C
Odisha

    ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଗୋପାଳପୁର: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବିଶ୍ୱବିଦିତ ଗୋପାଳପୁର ବେଳାଭୂମି ମହୋତ୍ସବ ଶୁଭାରମ୍ଭ ହୋଇଯାଇଛି। ଏହା ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାମ୍ପ୍ରତିକ ସ୍ଥିତିରେ ଗୋପାଳପୁର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଆଗାମୀ ଦିନରେ ଏହା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିୟ ଗଞ୍ଜାମର ଆରାଧ୍ୟ ଦେବି ମା ତାରାତାରିଣୀଙ୍କୁ ପ୍ରଥମେ ସୁମରଣା କରି ମହୋତ୍ସବର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହୋତ୍ସବକୁ ଉଦଘାଟନ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ବେଳାଭୂମି ମହୋତ୍ସବକୁ ଉପଭୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ସେହିଭଳି ରାଜ୍ୟ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଦର୍ଶକଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।ପଲ୍ଲିଶ୍ରୀ ମେଳା ଓ କଳାକାରଙ୍କ ନୃତ୍ୟକୁ ମଧ୍ୟ ସେ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବ ରୂପ ନେଉଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଅର୍ପଣ କରିଥିଲେ। ସେହିଭଳି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳା, ସଂସ୍କୃତି ଓ ପର୍ଯ୍ୟଟନର ତ୍ରିବେଣୀ ସଂଗମ ଗଞ୍ଜାମ। ନୌବାଣିଜ୍ୟର ପ୍ରାଚୀନ ତମ ପରମ୍ପରା ଏଠାରେ ଦୃଶ୍ୟମାନ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଏଭଳି ଆୟୋଜନକୁ ସେ ପ୍ରଶଂସା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ