Tuesday, March 24, 2026
35.3 C
Odisha

    ସୁଭଦ୍ରା ଯୋଜନା: ପଂଜୀକରଣ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ମହିଳା

    ଆଗକୁ ପଢନ୍ତୁ

    ଝରିଗାଁ: ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି। ନିଶ୍ଚିତ ଭାବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।ତେବେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନଙ୍କୁ ଏବେ ଆଧାର ସଂଶୋଧନ ଓ ଆଧାର ସହ ଫୋନ ନମ୍ବର ସଂଯୋଗ କରିବା ପାଇଁ ପଡୁଥିବା ଜଣାପଡିଛି। ଗତ କିଛି ଦିନ ହେବ ଆଧାର ସଂଶୋଧନ ଏବଂ ଫୋନ ନମ୍ବର ସଂଯୋଗ ପାଇଁ ଝରିଗାଁ ବ୍ଲକ ସଦର ମହକୁମାର ଜନ ସେବା କେନ୍ଦ୍ର ଗୁଡିକରେ ମହିଳାମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସେହିପିର ବ୍ୟାଙ୍କରେ କେୱାଇସି ପାଇଁ ମହିଳା ଗ୍ରାହକମାନେ ଭିଡ଼ ଲଗାଉଛନ୍ତି।

    ସଚେତନତା ଅଭାବ ଯୋଗୁଁ ଛୋଟଛୋଟ ଶିଶୁମାନେ ରାସ୍ତାର ଏପଟେ ସେପଟେ ହେବା ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କିଛି ମହିଳାମାନେ ବହୁ ବାର ଟଙ୍କା ଖର୍ଚ୍ଚ କରି ଜନ ସେବା କେନ୍ଦ୍ର ଆସିବା ପରେ ନିରାଶ ହୋଇ ଆର୍ଥିକ ଅଭାବ ଯୋଗୁଁ ଆଉ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି। ଦିନ ମଜୁରୀ କରି ପରିବାର ପୋଷଣ କରୁଥିବା ମହିଳାମାନେ କାମଧନ୍ଦା ଛାଡି ଦିନଦିନ ଧରି ଜନ ସେବା କେନ୍ଦ୍ର ଆସିବା ପରେ ମଧ୍ୟ କାମ ହେଉନଥିବା ବେଳେ କିଛି ମହିଳା ନିରାଶ ହୋଇ ପଡିଛନ୍ତି।

    ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ। ସଚେତନତା ଅଭାବ ଯୋଗୁଁ ଝରିଗାଁ ବ୍ଲକର ମହିଳାମାନେ ଆଧାରକାର୍ଡ ସଂଶୋଧନ କିମ୍ବା ଆଧାରକାର୍ଡରେ ଫୋନ ନମ୍ବର ସଂଯୋଗ କରିନଥିବା ବେଳେ ବର୍ତ୍ତମାନ ଶହଶହ ମହିଳା ଏକ କାଳୀନ ଜନସେବା କେନ୍ଦ୍ର ଗୁଡ଼ିକରେ ଆସି ଗହଳି କରୁଛନ୍ତି। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଫର୍ମ ଅନ୍‌ଲାଇନ ଆବେଦନ କରିବାର ସମୟ ସୀମା ଆସନ୍ତା ମାର୍ଚ୍ଚ ୮ ତାରିଖ ଥିବା ବେଳେ ମହିଳାମାନେ ସଚେତନତା ଅଭାବ ଯୋଗୁଁ ଜନ ସେବା କେନ୍ଦ୍ର ଗୁଡିକରେ ଗହଳି କରିବା ସହ ହଇରାଣ ହେଉଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରିବା ସହ ଛୋଟବଡ଼ ଦୁର୍ଘଟଣାକୁ ଅଡେଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.3 ° C
    35.3 °
    35.3 °
    17 %
    4.1kmh
    20 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ