Sunday, August 23, 2026
23.8 C
Odisha

    ନଡିଆ ତେଲ ସହିତ ମିଶାନ୍ତୁ ଏହି ୫ଟି ଜିନିଷ, କେଶ ଝଡିବା କମ୍‌ ହେବା ସହିତ ଅନେକ ସମସ୍ୟାରୁ ମିଳିବ ମୁକ୍ତି

    ଆଗକୁ ପଢନ୍ତୁ

    ଆଜିକାଲି ସେ ପୁଅ ହୁଅନ୍ତ କିମ୍ବା ଝିଅ ହୁଅନ୍ତୁ, ସମସ୍ତେ ନିଜ କେଶକୁ ମଜବୁତ କରିବା ପାଇଁ ନୂଆ ନୂଆ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । କିନ୍ତୁ ଏହା ସବୁ କରିବା ପରେ ମଧ୍ୟ କେଶ ଝଡ଼ିବା ବନ୍ଦ ହେଉନାହିଁ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏପରି କିଛି ତେଲ ବିଷୟରେ କହିବୁ, ଯାହାକୁ ବ୍ୟବହାର କରି ଆପଣ ନିଜ କେଶକୁ ମଜବୁତ କରିପାରିବେ । ଏଥିସହିତ ଆପଣଙ୍କ କେଶ ଝଡିବା ମଧ୍ୟ କମ୍‌ ହେବ । ତାହେଲେ ଆସନ୍ତୁ ସେହି ସମସ୍ତ ତେଲ ବିଷୟରେ ଜାଣିବା ।

    ନଡିଆ ତେଲ ଏବଂ ଆଲୋଭେରାର ବ୍ୟବହାର :
    ସର୍ବପ୍ରଥମେ ଆପଣ ନିଜ କେଶରେ ନଡିଆ ତେଲ ଏବଂ ଆଲୋଭେରା ବ୍ୟବହାର କରିପାରିବେ । ଏଥିପାଇଁ ଆପଣଆଲୋଭେରା ଜେଲ ଏବଂ ନଡ଼ିଆ ତେଲକୁ ସମାନ ପରିମାଣରେ ମିଶାଇବାକୁ ପଡିବ । ଏହାପରେ ସେହି ମିଶ୍ରଣକୁ ତ୍ୱଚା ଏବଂ କେଶରେ ଲଗାଇବାକୁ ପଡିବ । ଏହା ପରେ ଏହାକୁ ଅଧ ଘଣ୍ଟା ଛାଡିଦିଅନ୍ତୁ, ତା’ପରେ କେଶ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହୋଇଯିବ ଏବଂ ମଜ୍‌ବୁତ ମଧ୍ୟ ହେବ ।

    ଅଳାଁ ତେଲର ବ୍ୟବହାର :
    କେଶ ପାଇଁ ଅଁଳା ଉପଯୁକ୍ତ ବୋଲି ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ଆପଣ ନିଜ କେଶ ଏବଂ ତ୍ୱଚାରେ ଉଷୁମ ଅଁଳା ତେଲ ଲଗାଇ ଏହାକୁ ମାଲିସ୍ କରିପାରିବେ । ଏହାକୁ ଲାଗାଇବାର ୧ ଘଣ୍ଟା ପରେ, କେଶ ଧୋଇ ଦିଅନ୍ତୁ । ଏହା କେଶକୁ ଧଳା କରିବାରୁ ରକ୍ଷା କରିଥାଏ ଏବଂ ଏହାକୁ ଅଧିକ ମଜ୍‌ବୁତ କରିଥାଏ ।

    କେଶ ପାଇଁ ଜଡା ତେଲ :
    କେବଳ ଏତିକି ନୁହେଁ, ଜଡା ତେଲ କେଶ ପାଇଁ ବହୁତ ଉପକାରି ହୋଇଥାଏ । ଏହି ତେଲ କେଶକୁ ଲମ୍ବା, ମୋଟା ଏବଂ ଚକଚକ୍ କରିବାରେ ବହୁତ ସାହାଯ୍ୟ କରେ । ନଡ଼ିଆ ତେଲରେ କିଛି ଜଡା ତେଲ ମିଶାନ୍ତୁ ଏବଂ ଏହାକୁ ସାମାନ୍ୟ ଉଷୁମ କରନ୍ତୁ, ତା’ପରେ ଏହାକୁ କେଶରେ ଲଗାନ୍ତୁ । ଏହାପରେ ପ୍ରାୟ ୧ ଘଣ୍ଟା ପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ ।

    ଅଲିଭ୍ ଅଏଲ୍‌ :
    ଆପଣ ନିଜ କେଶରେ ଉଷୁମ ଅଲିଭ୍ ଅଏଲ୍‌ ଲଗାଇ ପାରିବେ । ଲଗାଇବାର ୧ ଘଣ୍ଟା ପରେ, କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଅଲିଭ୍ ଅଏଲ୍‌ କେଶକୁ ମଜ୍‌ବୁତ କରିବ ଏବଂ ରୁପି ସମସ୍ୟା ଦୂର କରିବ । ଏହା ବ୍ୟତୀତ ନିମ୍ବ ତେଲ ମଧ୍ୟ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

    ନିମ୍ବ ତେଲ :
    ନଡିଆ ତେଲରେ ନିମ୍ବ ତେଲକୁ ମିଶାଇ କେଶକୁ ମାଲିସ୍ କରନ୍ତୁ । ତା’ପରେ ୧ ଘଣ୍ଟା ପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ । ଦେଖିବେ ଏହା ଆପଣଙ୍କ କେଶକୁ ମଜବୁତ କରିବା ଏବଂ କେଶ ଝଡିବା ବନ୍ଦ କରିବ । ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ କେଶକୁ ଲମ୍ବା, ମୋଟା ଏବଂ ଚକଚକ୍ କରିବାରେ ସାହାଯ୍ୟ କରେ ।

    ଏହି ସମସ୍ତ ତେଲକୁ ଏକ ପ୍ୟାଚ୍ ଟେଷ୍ଟ କରନ୍ତୁ :
    ଆପଣ ଏହି ତେଲକୁ ସପ୍ତାହରେ ୨ ରୁ ୩ ଥର ବ୍ୟବହାର କରିପାରିବେ । ପ୍ରତିଦିନ ଏହି ସମସ୍ତ ତେଲ ବ୍ୟବହାର କରିବା ଦ୍ୱାରା କେଶ ନଷ୍ଟ ହୋଇପାରେ । ସେଥିପାଇଁ ଆପଣ ଏହି ସବୁ ନୂଆ ତେଲ ବ୍ୟବହାର କରିବା ପୂର୍ବରୁ, ଏକ ପ୍ୟାଚ୍ ଟେଷ୍ଟ କରନ୍ତୁ, କାରଣ କିଛି ଲୋକଙ୍କୁ ଏଥିରେ ଆଲର୍ଜି ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    0.6kmh
    90 %
    Sun
    28 °
    Mon
    29 °
    Tue
    27 °
    Wed
    24 °
    Thu
    29 °

    ସମ୍ବନ୍ଧିତ