Sunday, October 18, 2026
29 C
Odisha

    ସାରା ଦେଶରେ ପାଳିତ ହେଉଛି ଘର ଘର ତ୍ରିରଙ୍ଗା, ଶୋଭାଯାତ୍ରାରେ ବାହାରିଛନ୍ତି ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ଆମ ଦେଶ ଭାରତ ୭୯ ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ଏବେ ସାରା ଦେଶରେ ପାଳିତ ହେଉଛି ଘର ଘର ତ୍ରିରଙ୍ଗା । ତେଣୁ ଆଜି ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଓ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରି ପଟ୍ଟାମୁଣ୍ଡାଇ ନଗର ପରିକ୍ରମା କରିଥିଲେ । ବନ୍ଦେ ମାତରମ୍, ଭାରତ ମାତାକି ଜୟ ଧ୍ବନି ଦେଇ ଦେଶଭକ୍ତି ଗୀତ ଗାଇବା ସହ ନଗର ପରିକ୍ରମା କରିଥିଲେ ସମସ୍ତେ । ପ୍ରବଳ ବର୍ଷାରେ ବି ସମସ୍ତଙ୍କ ମନରେ ଭାରତ ମାତା ପାଇଁ ଯେଉଁ ପ୍ରେମ ଦେଖିବାକୁ ମିଳିଥିଲା ତାହା ସତରେ ପ୍ରଶଂସନୀୟ ।

    ସମାନ ଭାବେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଏକ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ ।

    ଏପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦିଗପହଣ୍ଡି ନଗର ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୁତିରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ବିଦ୍ୟାର୍ଥୀ ଓ କାର୍ଯ୍ୟକର୍ତ୍ତା ବହୁସଂଖ୍ୟାରେ ସାମିଲ ହୋଇ ଦିଗପହଣ୍ଡି ନଗର ପରିକ୍ରମା କରିଥିଲେ। ଶହେ ଫୁଟ ତ୍ରିରଙ୍ଗା ପତାକାକୁ ଧରି ସହର ପରିକ୍ରମା କରାଯାଇଥିଲା l

    ଅନ୍ୟପଟେ କଟକ ଜିଲ୍ଲା ଚୌଦ୍ୱାର କଲେଜ ପକ୍ଷରୁ ଘର ଘର ତ୍ରିରଙ୍ଗା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର କଲେଜର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସଙ୍ଗୀତର ତାଳେ ତାଳେ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଚୌଦ୍ୱାରର ଓଟିଏମ ବଜାର, କଲିଙ୍ଗ ଛକ ସହିତ ଚୌଦ୍ୱାରର ମୁଖ୍ୟ ରାସ୍ତା ଦେଇ ଜାତୀୟ ପତାକା ସହିତ ଲୋକମାନକୁ ସ୍ବାଧିନତାର ଉପଲବ୍ଧି ଓ ସଙ୍କଳ୍ପକୁ ଘରେ ଘରେ ପହଞ୍ଚାଇଥିଲେ ।

    ସେହିପରି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କଲେଜ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା । ଭାରତ ମାତାର ଜୟ ଜୟ ଗାନ କରି ସମସ୍ତେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ