Monday, September 28, 2026
27.5 C
Odisha

    ହରଦା ବିସ୍ଫୋରଣ : ୪୦ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ଶବ୍ଦ, ରାସ୍ତାରେ ଏଣେ ତେଣେ ପଡ଼ିଛି ମୃତଦେହ

    ଆଗକୁ ପଢନ୍ତୁ

    ଭୋପାଳ: ମଧ୍ୟପ୍ରଦେଶର ହରଦାରେ ଥିବା ଏକ ବାଣ କାରଖାନାରେ ମଙ୍ଗଳବାର ହୋଇଥିବା ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ତାହାର ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । କାରଖାନା ଥିବା ଆଖପାଖ ଅଂଚଳ ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ମୃତଦେହଗୁଡ଼ିକ ଏଣେତେଣେ ପଡ଼ିଯାଇଛି ।

    ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ।

    ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ବାଣ କାରଖାନାରେ ୧୫ ଟନ୍ ବିସ୍ଫୋରକ ଥିଲା, ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଦୁର୍ଘଟଣାସ୍ଥଳଠାରୁ ୪୦ କିଲୋମିଟର ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା। ଲୋକମାନେ ଭୂକମ୍ପ ଭଳି ଅନୁଭବ କରିଥିଲେ। ହରଦା ବ୍ଲାଷ୍ଟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଆଁ ଭିତରେ କଳା ଧୂଆଁ ଦେଖିବାକୁ ମିଳିଛି । ରାସ୍ତାଉପରେ ମୃତଦେହ ପଡ଼ି ରହିଛି। ଅନେକ ମୃତଦେହର ହାତ ଗୋଡ଼ ମଧ୍ୟ ନିଖୋଜ ରହିଛି। ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି କିପରି ନିଆଁ ଘେରରେ ଥିବା ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡୁଛନ୍ତି । ଆଉ ଏକ ସୂଚନା ଅନୁସାରେ ଉଦ୍ଧାରକାର୍ଯ୍ୟ ଚାଲିଥିବାବେଳେ ମଧ୍ୟ କେତେକ ବିସ୍ଫୋରଣ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ