Monday, September 28, 2026
27.5 C
Odisha

    ହଠାତ ସଲମାନଙ୍କ ଟ୍ରାନ୍ସଫରମେସନ ଦେଖି ଫ୍ୟାନ୍ସ ଚକିତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ସଲମାନ ଖାନ ଓ କରଣ ଜୋହରଙ୍କୁ ଶେଷଥର ପାଇଁ ‘କୁଛ କୁଛ ହୋତା ହୈ’ ସିନେମାରେ ଏକାଠି ଦେଖିବାକୁ ମିଳିଥିଲା। ଏହାପରେ ଦୁହିଁଙ୍କୁ ବିଷ୍ଣୁବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଆକସନ ଥ୍ରିଲର ସିନେମା ‘ଦ ବୁଲ’ରେ ଦେଖିବାକୁ ମିଳିବ। ଏହି ସିନେମାରେ ସଲମାନ ବି ନିର୍ଦ୍ଦେଶନା ଦେଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ସଲମାନଙ୍କ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ସଲମାନ ତ‌ାଙ୍କ ଫ୍ୟାନ୍ସ ସହ ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ତବେ  ଏଥିରେ ନଜର ଆସୁଥିବା ସଲମାନଙ୍କ ଫଟୋକୁ ଦେଖି ଫ୍ୟାନ୍ସ ଚିକିତ ହୋଇ ପ୍ରଶ୍ନ କରିଛନ୍ତି, ଏହା କ’ଣ ସଲମାନ ଭାଇଙ୍କ ଏବେର ଫଟୋ?

    ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ‘ଦ ବୁଲ’ ସିନେମା ପାଇଁ ସଲମାନ ଖୁବ ପରିଶ୍ରମ କରିଛନ୍ତି। ସିନେମାରେ ତାଙ୍କର ଯେଉଁ ଭୂମିକା ରହିଛି ସେଥିରେ ସେ କେମିତି ଠିକ ଭାବେ ଖାପ ଖାଇବେ ସେଥିପାଇଁ ନିଜର ଶାରୀରିକ ଗଠନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି।

    ଏହି ପରିବର୍ତ୍ତନ ପରେ ପୂର୍ବ ଅପେକ୍ଷା ସେ ଅଧିକ ଯୁବା ଦେଖା ଯାଉଛନ୍ତି। ହଠାତ ସଲମାନଙ୍କ ଏଭଳି ପରିବର୍ତ୍ତନ ପରେ ପରଦାରେ ତାଙ୍କର ଅଭିନୟକୁ ଦେଖିବା ପାଇଁ  ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

    ‘ଦ ବୁଲ’ ସିନେମା ଅପରେସନ କ୍ୟାକ୍ଟସ ଉପରେ ଆଧାରିତ। ଯେଉଁଥିରେ ଭାରତୀୟ ସେନା ମାଲଦ୍ବୀପକୁ ଏକ ଆତଙ୍କି ଆକ୍ରମଣରୁ ରକ୍ଷା କରିଥିଲେ। ସଲମାନ ଖାନ ସେନା ଅଧିକାରୀ ଫାରୁକ ବୁଲସାରାଙ୍କର ଚରିତ୍ରରେ ନଜର ଆସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ