Sunday, September 27, 2026
24.7 C
Odisha

    ହାର୍ନିୟାର ସାମାନ୍ୟ ଲକ୍ଷଣ କଣ

    ଆଗକୁ ପଢନ୍ତୁ

    ହାର୍ନିୟା ସେତେବେଳେ ହୋଇଥାଏ ଯେତେବେଳେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର ଛେଦ ଦ୍ୱାରା ଅନ୍ୟ ସ୍ଥାନକୁ ଯଦି ଚାଲି ଯାଇଥାଏ। ଯେଉଁଠାରେ ତାର ରହିବା ଉଚିତ୍ ନୁହେଁ। ବିଭିନ୍ନ ପ୍ରକାରର ହାର୍ନିୟା ହୋଇଥାଏ କିନ୍ତୁ ଆନ୍ତର କୌଣସି ଅଂଶ ଯଦି ପେଟର ମାଂସପେଶୀର କୌଣସି ଦୁର୍ବଳ ଭାଗ ଦେଇ ବାହାରକୁ ଆସିଯାଏ। ତେବେ ଏହା ଏକ ସାଧାରଣ ହାର୍ନିୟା ବୋଲି ମାନିବାକୁ ହୋଇଥାଏ। ଏହା ସାଧାରଣତଃ ଅନେକ ଲୋକଙ୍କ ମଧ୍ୟରେ ଦେଖାଦେଇଥାଏ। ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କୁ ହାର୍ନିୟା ଅଧିକ ହୋଇଥାଏ। ହାର୍ନିୟା ଶରୀରର ଅଲଗା ଅଲଗା ସ୍ଥାନରେ ହୋଇଥାଏ, କିନ୍ତୁ ଏହା ପେଟରେ ଅଧିକ ହେବାର ଦେଖାଯାଏ। ଏଥିରେ ପେଟର ସ୍କିନ୍ ତଳେ ଏକ ଅସମାନ୍ୟଆଭାର ଥାଏ ଯାହା ନାଭିର ତଳେ ଥାଏ। କିଛି ମହିଳାମାନଙ୍କର ଜନ୍ମରୁ ହାର୍ନିୟା ଥାଏ। ଅଧିକାଂଶ ଏହି ସମସ୍ୟା ପେଟ ଉପରେ ଚାପ ଯୋଗୁ ହୋଇଥାଏ। ହାର୍ନିୟାର ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ। ଆସନ୍ତୁ ପେଟରେ ହେଉଥିବା ହାର୍ନିୟାର ଲକ୍ଷଣ ବିଷୟରେ ଜାଣିବା।
    ଲକ୍ଷଣ :
    – ମହିଳାମାନଙ୍କର ପେଟରେ ହେଉଥିବା ହାର୍ନିୟାରେ ହାର୍ନିୟାର ସ୍ଥାନରେ ଯନ୍ତ୍ରଣା ଓ ଭାରି ଲାଗିବା ପରି ସମସ୍ୟା ଦେଖାଦେବ।
    – ଏହା ଚାପ ପଡ଼ିବା ଯୋଗୁ ହୋଇଥାଏ। ସେଥିପାଇଁ ଏହି ବେମାରୀରେ କୌଣସି ଭାରି ବସ୍ତୁ ଉଠେଇବା ଦ୍ୱାରା ପେଟ ଫୁଲିବାର ଦେଖାଦେଇଥାଏ।
    – ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୁଏ। କାରଣ ପରିସ୍ରା କରିବା ସମୟରେ ପେଟ ଉପରେ ଚାପ ପଡ଼େ ଯାହା ଦ୍ୱାରା ଯନ୍ତ୍ରଣା ହୋଇଥାଏ।
    – ହାର୍ନିୟା ହେବା ଦ୍ୱାରା ପେଟର ନିମ୍ନ ଅଂଶ ଫୁଲିଯିବା ପରି ଲାଗିବ ଓ ଅଧିକାଂଶ ସ୍ଥଳରେ ଏହା ଦେଖାଯାଏ ମଧ୍ୟ।
    – ହାର୍ନିୟା ହେବା ଦ୍ୱାରା ମହିଳାମାନେ ବେଶୀ ସମୟ ଛିଡ଼ା ହୋଇ ପାରିବେ ନାହିଁ କିମ୍ବା ବସି ମଧ୍ୟ ପାରିବେ ନାହିଁ। ଏପରି ସ୍ଥିତିରେ ଛିଡ଼ା ହେଲେ କିମ୍ବା ବସିଲେ ଯନ୍ତ୍ରଣା ହୁଏ।
    – ଏହି ବେମାରୀରେ ବାରମ୍ବାର ବାନ୍ତି ଲାଗିଥାଏ।
    – ଏପରି ସ୍ଥିତିରେ ମହିଳାମାନଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପଡ଼ିଥାଏ। ଦୁର୍ବଳ ଅନୁଭବ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ