Saturday, October 10, 2026
24.4 C
Odisha

    ୟୁପିଏସ୍‌ସି ଆଶାୟୀ ଛାତ୍ରୀଙ୍କୁ ଦୁଷ୍କର୍ମ : ୩ ମାସ ପରେ ଏସ୍‌ପିଙ୍କ ନାଁରେ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ଜରବଦସ୍ତ ଗର୍ଭପାତ କରାଇବା ଏବଂ ଧମକ ଦେବା ଅଭିଯୋଗରେ ଉତ୍ତରପ୍ରଦେଶର ଜଣେ ଅତିରିକ୍ତ ଏସ୍‌ପିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ଜଣକ ୟୁପିଏସ୍‌ସି ଆଶାୟୀ ଛାତ୍ରୀ ବୋଲି ଜଣାପଡିଛି। ଅଭିଯୋଗ ସମ୍ପର୍କରେ ସମସ୍ତ ପ୍ରମାଣ ରହିଥିବା ପୀଡ଼ିତା ଦାବି କରିଛନ୍ତି। ଏପରିକି ସେ ନିଲମ୍ବନ ଦାବି କରିଛନ୍ତି। ପୀଡ଼ିତା ୩ ମାସ ହେଲା ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଘଟଣା ସମ୍ପର୍କରେ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ରେ ଏଏସ୍‌ପି ଥିବା ଅଧିକାରୀ ଜଣକ ବହୁ ବର୍ଷ ହେଲା ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ୨୦୨୩ ଏପ୍ରିଲରେ ପୀଡ଼ିତା ଗର୍ଭବତୀ ହେବାରୁ ଅଭିଯୁକ୍ତ ଜବରଦସ୍ତ ଗର୍ଭପାତ କରାଇଥିଲେ। ଏହି ମାମଲାରେ ଏଏସ୍‌ପିଙ୍କ ସ୍ତ୍ରୀ ଏବଂ ତାଙ୍କ ୪ ବନ୍ଧୁଙ୍କ ନାଁରେ ମଧ୍ୟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ