Sunday, April 12, 2026
24.1 C
Odisha

    ହରିୟାଣା ବିଧାନସଭା: ୯୬% ବିଧାୟକ କୋଟିପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନବ ନିର୍ବାଚିତ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ୯୬ ପ୍ରତିଶତ ବିଧାୟକ ତଥା ୮୬ ଜଣ ବିଧାୟକ କୋଟିପତି। ୧୩ ପ୍ରତିଶତ (୧୨) ବିଧାୟକ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ଜିତିଥିବା ସମସ୍ତ ୯୦ ପ୍ରାର୍ଥୀଙ୍କର ସତ୍ୟପାଠ ଭଲଭାବେ ଏଡିଆର୍‌ ଦ୍ବାରା ଆକଳନ କରାଯିବା ପରେ ଏହା ଜଣାପଡ଼ିଛି ଯେ ବିଧାନସଭାରେ କୋଟିପତି ବିଧାୟକଙ୍କ ସଂଖ୍ୟା ୨୦୧୯ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି। ୨୦୧୯‌ରେ କୋଟିପତି ବିଧାୟକଙ୍କ ସଂଖ୍ୟା ୯୩ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ୯୦ ବିଧାୟକଙ୍କ ମଧ୍ୟରୁ ୪୪ ପ୍ରତିଶତ ବିଧାୟକଙ୍କର ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅଛି। କେବଳ ୨.୨ ପ୍ରତିଶତ ବିଧାୟକଙ୍କର ୨୦ ଲକ୍ଷରୁ କମ୍‌ ଟଙ୍କାର ସମ୍ପତ୍ତି ଅଛି ବୋଲି ତଥ୍ୟରୁ ଜଣାପଡ଼ିଛି। ପ୍ରତି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨୬.୯୭ କୋଟି। ୨୦୧୯ରେ ପ୍ରତି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୮.୨୯ ପ୍ରତିଶତ ଥିଲା। ତେବେ ଦଳ ଅନୁଯାୟୀ ୯୬ ପ୍ରତିଶତ ବିଜେପି ବିଧାୟକ, ୯୫ ପ୍ରତିଶତ କଂଗ୍ରେସ ବିଧାୟକ ଏବଂ ୧୦୦ ପ୍ରତିଶତ ଉଭୟ ଆଇଏନ୍‌ଏଲଡି ଏବଂ ସ୍ବାଧୀନ ବିଜୟୀ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି।

    କୋଟିପତି ବିଧାୟକ ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ହିସାର୍‌ ସ୍ବାଧୀନ ବିଧାୟକ ସାବିତ୍ରୀ ଜିନ୍ଦଲ। ତାଙ୍କ ସମ୍ପତ୍ତି ୨୭୦ କୋଟି। ସାବିତ୍ରୀ ଜିନ୍ଦଲଙ୍କ ପରେ ବିଜେପିର ଶକ୍ତି ରାଣୀ ଶର୍ମା ଏବଂ ଶ୍ରୁତି ଚୌଧୁରୀଙ୍କ ସମ୍ପତ୍ତି ମୂଲ୍ୟ ଯଥାକ୍ରମେ ୧୪୫ ଏବଂ ୧୩୪ କୋଟି। ମୋଟ୍‌ ୩୦ ବିଧାୟକ ୨୦୨୪ରେ ପୁନଃ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ହାରାହାରି ସମ୍ପତ୍ତି ୨୦୧୯ ତୁଳନାରେ ୫୯ ପ୍ରତିଶତ ବୃଦ୍ଧି ପାଇଛି।
    ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣ ସେମାନଙ୍କ ବିରୋଧରେ ଥିବା ଅପରାଧ ରେକର୍ଡ ପ୍ରକାଶ କରିଛନ୍ତି। ୬ ଜଣଙ୍କ ବିରୋଧରେ ଅତି ସାଂଘାତିକ ଅଭିଯୋଗ ଥିବାବେଳେ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ରହିଛି। ୨୦୧୯ରେ ୭ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲା ସଂକ୍ରାନ୍ତରେ ଘୋଷଣା କରିଥିଲେ। ଦଳ ଅନୁଯାୟୀ ୬ ପ୍ରତିଶତ ବିଜେପି ବିଧାୟକ ୬୭ ପ୍ରତିଶତ ସ୍ବାଧୀନ ବିଜୟୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିଲେ। ଶିକ୍ଷାଗତ ଯୋଗ୍ୟତା କ୍ଷେତ୍ରରେ ୬୮ ପ୍ରତିଶତ ବିଜୟୀ ପ୍ରାର୍ଥୀ ହେଉଛନ୍ତି ଗ୍ରାଜୁଏଟ୍‌। ୨୯ ପ୍ରତିଶତଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ବାଦଶ ପର୍ଯ୍ୟନ୍ତ। ନୂଆ ବିଧାନସଭାରେ ୧୪ ପ୍ରତିଶତ ମହିଳା ବିଧାୟକ ଅଛନ୍ତି। ୨୦୧୯ରେ ଏହା ୧୦ ପ୍ରତିଶତ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    17 %
    1.4kmh
    0 %
    Sun
    40 °
    Mon
    41 °
    Tue
    42 °
    Wed
    44 °
    Thu
    43 °

    ସମ୍ବନ୍ଧିତ