Tuesday, March 17, 2026
22.9 C
Odisha

    ହରିୟାଣା ଡୋର ନାଏବ ସାଇନିଙ୍କ ହାତରେ: ଶପଥ ଗ୍ରହଣ ଉତ୍ସବରେ ୨୪ ହଜାର ଯୁବବର୍ଗଙ୍କୁ ଚାକିରି

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ନାଏବ ସାଇନି ହେବେ। ସେ ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ବୈଠକରେ ସର୍ବସମ୍ମତି କ୍ରମେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ।

    ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଦ୍ୱାରା ସାଇନିଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିଲା। ସାଇନି ଗୁରୁବାର ପଞ୍ଚକୁଲାରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବେ। ଗୃହମନ୍ତ୍ରୀ ଅମିତ ଶାହ ଚଣ୍ଡିଗଡ଼ର ଲଲିତ ହୋଟେଲରେ ରାତି ପର୍ଯ୍ୟନ୍ତ ରହିବେ। ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣା ରାଜଭବନରେ ଏକ ବୈଠକ କରିବେ। ଆସନ୍ତା ଦୁଇ ଦିନ ଚଣ୍ଡିଗଡ଼ରେ ରହିବାକୁ ବିଜେପି ଏହାର ସମସ୍ତ ୪୮ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି। ହୋଟେଲ ଲଲିତ ଏବଂ ହରିୟାଣା ରାଜଭବନ ସେକ୍ଟର-୬ରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
    ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ହୋଟେଲ ହୟାତ୍‌ରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ମଧ୍ୟରେ ବିହାର, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ ଏବଂ ପୁଡୁଚେରୀର ସିଏମ୍ ଅନ୍ତର୍ଭୁକ୍ତ ଅଛନ୍ତି।

    ବିଧାନସଭା ପାର୍ଟି ବୈଠକରେ ନେତାଙ୍କ ନାମ ଅନୁମୋଦନ ହେବା ପରେ ସରକାର ଗଠନ ଦାବି ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପିତ ହେବ। ଏହା ସହିତ ଶପଥ ଗ୍ରହଣ କରିବାକୁ ମନ୍ତ୍ରୀଙ୍କ ତାଲିକା ପରଦିନ ରାଜ୍ୟପାଳଙ୍କୁ ହସ୍ତାନ୍ତର କରାଯିବ। ଏହା ପରେ ରାଜ୍ୟପାଳ ଶପଥ ଗ୍ରହଣ ସମାରୋହରେ ବିଧାନସଭା ଦଳର ନେତା ତଥା ମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରିବେ। ଅକ୍ଟୋବର ୧୭ରେ ପଞ୍ଚକୁଲାର ଦଶହରା ପଡ଼ିଆରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

    ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୩୭ଜଣ ସ୍ୱତନ୍ତ୍ର ଅତିଥି ଯୋଗଦେବେ ବୋଲି ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବାଦୋଲି କହିଛନ୍ତି। ଏଥିମଧ୍ୟରେ କେନ୍ଦ୍ର ମନ୍ତ୍ରୀ, ଏନଡିଏର ଜାତୀୟସ୍ତରୀୟ ନେତା, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ୧୭ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ସୁଦ୍ଧା ଶେଷ ହେବ। ଅନ୍ୟପକ୍ଷରେ, ଶପଥ ଗ୍ରହଣ ସମାରୋହକୁ ସଫଳ କରିବା ପାଇଁ ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଅଧ୍ୟକ୍ଷତାରେ ଚଣ୍ଡିଗଡ଼ର ହରିୟାଣା ବାସଭବନରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ସିଏମ୍ ନାଏବ ସିଂ ସାଇନିଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ‌ବୈଠକରେ ସମସ୍ତ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି।

    ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି ଯେ ଶପଥ ଗ୍ରହଣ ସମାରୋହରେ ୨୪ହଜାର ଯୁବବର୍ଗଙ୍କୁ ସରକାରୀ ଚାକିରି ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ