Friday, June 19, 2026
37 C
Odisha

    ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

    ଆଗକୁ ପଢନ୍ତୁ

    କାଲିମେଳା: ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ। ଗୁରୁତର ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ହେଲେ ମୋନିକା ମିର୍ଦ୍ଧା। ଅଭିଯୁକ୍ତ ହେଲେ ବିଭାସ ମିର୍ଦ୍ଧା। ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ଗ୍ରାମରେ ପାରିବାରିକ କଥାକୁ ନେଇ ବିବାଦ ଦେଖାଯାଇଥିଲା। ଆଜି ପୂର୍ବାହ୍‌ଣ ପ୍ରାୟ ୧୦ଟା ସମୟରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ମହିଳା ଜଣଙ୍କ କିଛି ଦିନ ହେଲା ନିଜ ବାପା ଘର ଏମପିଭି ୨୩ ଗ୍ରାମରେ ରହି ଆସୁଥିଲେ।

    ତେବେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ମହିଳା ଜଣଙ୍କ ଘରେ ରହିଥିବା ବେଳେ ସ୍ୱାମୀ ଅଚାନକ ଆସି ସ୍ତ୍ରୀର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମୋନିକାଙ୍କୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବାର ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ