Monday, September 14, 2026
23.5 C
Odisha

    ନିଷ୍କ୍ରିୟ କରିବା ବେଳେ ଫୁଟିଲା ଜବତ ବୋମା, ଉଡ଼ିଗଲା ହାବିଲଦାରଙ୍କ ପ୍ରାଣବାୟୁ

    ଆଗକୁ ପଢନ୍ତୁ

    କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ନିଷ୍କ୍ରିୟକାରୀ ପୁଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ। ପୁଲିସ ଜବତ କରିଥିବା କିଛି ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବୋମା ଫୁଟିଯାଇଥିଲା। ଫଳରେ ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ଏସସିବି ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
    ବୋମା ଫୁଟିବା ସମୟରେ ଜୋରରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇଥିଲେ। ତେବେ ବୋମା ନିଷ୍କ୍ରିୟ ସମୟରେ ଆବଶ୍ୟକ ନିୟମକୁ ଗ୍ରହଣ କରାଯାଇଥିଲା କି ନାହିଁ, ତାହାର ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ