Saturday, March 21, 2026
19 C
Odisha

    ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ପାରାଦୀପ: ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ ଜାହାଜକୁ ଛଡ଼ା ନଯିବାକୁ ନିର୍ଦ୍ଦେଶ ହୋଇଛି। ଜର୍ମାନୀର କମ୍ପାନୀ ଏଲବୋଏଲ ଜିଏମବିଏଚ୍ କମ୍ପାନୀ ମାଲିକଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
    ଜାହାଜ ଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଜର୍ମାନୀ କମ୍ପାନୀ ଆବେଦନ କରିଥିଲେ। ଏହି ଟଙ୍କା ନ ମିଳିବାରୁ ଜାହାଜକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୧୫ ଦିନ ତଳେ ଚାଇନାର ଏକ ଜାହାଜକୁ ମଧ୍ୟ ଏଭଳି ଗିରଫ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ