Wednesday, September 30, 2026
24.7 C
Odisha

    ବିଗିଡ଼ିଲା ପୂର୍ବ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ସ୍ବାସ୍ଥ୍ୟାବସ୍ଥା

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ : ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଦେବେଗୌଡ଼ାଙ୍କର ଆଜି ସକାଳେ ଶ୍ୱାସକ୍ରିୟା ଜନିତ ଅସୁସ୍ଥତା କାରଣରୁ ମଣିପାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ସତ୍ୟନାରାୟଣ ମହୀଶୂରଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଛି ଏବଂ ଚିନ୍ତାର କୌଣସି କାରଣ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କୁ ଦୁଇଦିନ ପରେ ଛାଡ଼ିଦିଆଯିବାର ସମ୍ଭାବନା ରହିଛି ।କିଛି ଦିନ ତଳେ ଦେବେଗୌଡା କହିଥିଲେ ଯେ ତାଙ୍କ ଦଳ ଏବଂ ଏହାର ସହଯୋଗୀ ବିଜେପି ଏକାଠି ନିର୍ବାଚନ ଲଢିବ। ୨୦୨୪ ଲୋକସଭା ନିର୍ବାଚନରେ ଆମେ ଉଭୟ ଜେଡିଏସ୍ ଓ ବିଜେପି ଏକାଠି ଲଢ଼ିବୁ। କର୍ଣ୍ଣାଟକର ସମସ୍ତ ୨୮ଟି ଆସନରେ ଆମେ ଲଢ଼ିବୁ। ନିର୍ବାଚନ ପରେ ଭଲ ଫଳାଫଳ ଦେଖିବାକୁ ମିଳିବ ବୋଲି ସେ କହିଥିଲେ ।

    ଗତ ବର୍ଷ ସେପ୍ଟେମ୍ବର ମାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କୁ ଭେଟିବା ପରେ ଜେଡିଏସ୍ ଏନଡିଏରେ ଯୋଗ ଦେଇଥିଲା। କର୍ଣ୍ଣାଟକରେ ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ଦଳ ଏକାଠି ଲଢ଼ିବେ ବୋଲି ଉଭୟ ଦଳ ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ